କୋରାପୁଟ: ଶନିବାର ଜାତୀୟ ରାଜପଥରେ ଏକ ଏସୟୁଭି ଗାଡ଼ିରେ ନିଆଁ ଲାଗିଯିବାରୁ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି।
କୋରାପୁଟରୁ ସୁନାବେଡା ଅଭିମୁଖେ ଚାରି ଜଣ ଯାତ୍ରୀଙ୍କୁ ନେଇ ଏକ ମହିନ୍ଦ୍ରା ବୋଲେରୋ ଜାତୀୟ ରାଜପଥରେ ଯାଉଥିବା ବେଳେ ଏହାର ଇଞ୍ଜିନରୁ ଧୂଆଁ ବାହାରିଥିଲା ଏବଂ କିଛି ସମୟ ମଧ୍ୟରେ ଏଥିରେ ନିଆଁ ଲାଗିଯାଇଥିଲା। ଏସୟୁଭି ଡ୍ରାଇଭର ଗାଡିକୁ ଅଟକାଇ ଯାତ୍ରୀଙ୍କ ସହ ବାହାରକୁ ବାହାରି ଆସିଥିଲେ।
ଗାଡିରେ ନିଆଁ ଲାଗିଯିବା ଫଳରେ ଗାଡିଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ନିଆଁ ଲାଗିଥିବା ଦେଖି ଏନ୍ଏଚର ଉଭୟ ପାର୍ଶ୍ବରେ ଗାଡ଼ି ଗୁଡ଼ିକ ଅଟକି ଯାଇଥିଲା।
କିଛି ସମୟ ପରେ କୋରାପୁଟରୁ ଅଗ୍ନିଶମ ବାହିନୀ ଆସି ନିଆଁ ଲିଭାଇବା କାମରେ ନିୟୋଜିତ ହୋଇଥିଲେ। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାନ୍ତି।
Comments are closed.