Latest Odisha News

BREAKING NEWS

ସ୍ବଦେଶ ଫିଲ୍ମ ଅଭିନେତ୍ରୀ ଗାୟତ୍ରୀ ଯୋଶୀଙ୍କ କାର ଦୁର୍ଘଟଣା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଅଭିନେତ୍ରୀ ଗାୟତ୍ରୀ ଯୋଶୀ ଇଟାଲୀରେ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବଲିଉଡର ବାଦଶାହ ଶାହରୁଖ ଖାନଙ୍କ ସ୍ବଦେଶ ଫିଲ୍ମରେ ଡେବ୍ୟୁ କରିଥିଲେ ଗାୟତ୍ରୀ  । ଇଟାଲୀରେ ସେ ଏକ କାର ଦୁର୍ଘଟଣାର ଶିକାର ହୋଇଛନ୍ତି  । ଦୁର୍ଘଟଣା ଘଟିବା ସମୟରେ ଗାୟତ୍ରୀଙ୍କ ସ୍ବାମୀ ବିକାଶ ଓବରୟ ତାଙ୍କ ସହିତ ଉପସ୍ଥିତ ଥିଲେ । ଗାୟତ୍ରୀ ଏବଂ ବିକାଶ ବର୍ତ୍ତମାନ ସୁସ୍ଥ ଅଛନ୍ତି  । ଦୁର୍ଘଟଣା ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି । ମାତ୍ର ଅନ୍ୟ ଏକ କାରରେ ଉପସ୍ଥିତ ଥିବା ଜଣେ ସ୍ବିସ୍ ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଛି ।

ସୂଚନା ମୂତାବକ ଗାୟତ୍ରୀ ଏବଂ ତାଙ୍କ ସ୍ବାମୀ ଛୁଟି କଟାଇବା ପାଇଁ ଇଟାଲୀ ଯାଇଥିଲେ । ଇଟାଲୀର ସର୍ଡନିଆରେ ଏହି ଦୁର୍ଘଟଣା ହୋଇଛି ।  ଗାୟତ୍ରୀ ଏବଂ ବିକାଶ ଲମ୍ବୋର୍ଗିନି  କାରରେ ଯାଉଥିବାବେଳେ ତାଙ୍କ କାର ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା । ଉଭୟ କାର ଏକ ମିନିଟ୍ରକକୁ ଅତିକ୍ରମ କରିବାକୁ ଚେଷ୍ଟା କରିବା ବେଳେ ଏହି ଅଘଟଣ ଘଟିଛି । ମିନି ଟ୍ରକଟି ରାସ୍ତା କଡକୁ ଓଲଟି ପଡିଥିବାବେଳେ  ଫରାରୀରେ ନିଆଁ ଲାଗି ଯାଇଥିଲା । ଫଳରେ ଏଥିରେ ଥିବା ଦମ୍ପତ୍ତିଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.