Latest Odisha News

BREAKING NEWS

ସ୍ୱାଗତିକା ସ୍ୱାଇଁ ପାଇବେ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର

ଭୁବନେଶ୍ୱର : ଆଦ୍ୟା ପ୍ରକାଶନୀ ପକ୍ଷରୁ ପ୍ରଥମ ଅକ୍ଷୟ ଚନ୍ଦ୍ର ରାୟ ସ୍ମାରକୀ ପୁରସ୍କାର ଘୋଷଣା କରାଯାଇଛି । ପ୍ରକାଶନୀର ପ୍ରତିଷ୍ଠାତା ଅକ୍ଷୟ ଚନ୍ଦ୍ର ରାୟଙ୍କ ସ୍ମୃତିରେ ଏହି ପୁରସ୍କାର ପାଇଁ ଔପନ୍ୟାସିକା ସ୍ଵାଗତିକା ସ୍ୱାଇଁଙ୍କ “ଦ୍ରୋହକାଳ” ଉପନ୍ୟାସକୁ ଚୟନ କରାଯାଇଛି ।ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ଆସନ୍ତା ମାର୍ଚ୍ଚ ୩୦ ରେ ଜୟଦେବ ଭବନଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ପଚାଶ ବର୍ଷରୁ କମ ଲେଖକ ଲେଖିକାଙ୍କ ୧୫ଟି ଉପନ୍ୟାସର ବିଚାର ପାଇଁ ଚାରିଜଣ ବିଶିଷ୍ଟ ସାହିତ୍ୟିକଙ୍କୁ ନେଇ ଗଠିତ ବିଚାରକ ମଣ୍ଡଳୀଙ୍କୁ ନେଇ ଏହି ପୁରସ୍କାର ଘୋଷିତ ହୋଇଥିଲା ।  ପୁରସ୍କାର ସ୍ୱରୂପ ଲେଖିକାଙ୍କୁ ମାନପତ୍ର , ସ୍ମାରକୀ ଓ ପଚାଶ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଡକ୍ଟର ଆଦ୍ୟାଶା ଦାସ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.