ନୂଆଦିଲ୍ଲୀ: ଆର୍ଯ୍ୟ ସମାଜ ନେତା ସ୍ୱାମୀ ଅଗ୍ନିବେଶଙ୍କର ଆଜି ଦେହାନ୍ତ ହୋଇଯାଇଛି । ନୂଆଦିଲ୍ଲୀର ଲିଭର ଆଣ୍ଡ ବିଲିଆରୀ ସାଇନ୍ସେସ୍ ଇନଷ୍ଟିଚୁଚରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ କିଛି ଦିନ ହେଲା ଯକୃତ ସିରୋସିସ୍ ରୋଗରେ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା ।
ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଗତ ମଙ୍ଗଳବାରଠାରୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସନ୍ଧ୍ୟାରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।
Comments are closed.