ଭୁବନେଶ୍ୱର: ରାଜଧାନୀରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି। ଆଜି ସକାଳେ ବିଏମସି ମେୟର ସୁଲୋଚନା ଦାସଙ୍କ ସରକାରୀ ବାସଭବନରେ ଆଲୋଚନା ପରେ ସଫେଇ କର୍ମଚାରୀମାନେ ସେମାନଙ୍କ ଆନ୍ଦୋଳନରୁ ଓହରିଛନ୍ତି ।
ହେଲେ ଦୁଇ ଭିତରେ ଦାବି ପୂରଣ ନହେଲେ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବାକୁ ସଫେଇ କର୍ମଚାରୀ ସଂଘ ଚେତାବନୀ ଦେଇଛି ।
ଅଳିଆକୁ ପୃଥକ୍ ନକରିବା ଓ କର୍ମଚାରୀଙ୍କ ଦରମା ୧୫ ହଜାର ଟଙ୍କା ଦାବିରେ ସଫେଇ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇଥିଲା । ବର୍ତ୍ତମାନ ସଫେଇ କର୍ମଚାରୀମାନେ ମାସକୁ ୯ ହଜାର ଟଙ୍କା ଦରମା ପାଉଛନ୍ତି । ସୋମବାର ଠାରୁ ସଫେଇ କର୍ମଚାରୀମାନେ ଆନ୍ଦୋଳନ କରୁଥିଲେ । ଫଳରେ ଭୁବନେଶ୍ୱର ମହାନଗର ନିଗମର ୫୩ଟି ୱାର୍ଡରେ ସଫେଇ କାମ ବନ୍ଦ ରଖିଥିଲା ।
ଆଜିଠୁ ପୁଣି ଥରେ ସଫେଇ କର୍ମଚାରୀମାନେ ତାଙ୍କ କାମ ଆରମ୍ଭ କରିବେ ।
Comments are closed.