କଟକ: ଏଠାରେ ଚାଲିଥିବା ଓଡିଶା ଓପନ ବ୍ୟାଡମିଂଟନରେ ଭାରତୀୟ ଖେଳାଳିଙ୍କ ପ୍ରଭାବୀ ପ୍ରଦର୍ଶନ ଜାରୀ ରହିଛି । ମଙ୍ଗଳବାର ମିକ୍ସଡ ଡବଲ୍ସ କ୍ୱାର୍ଟର ଫାଇନାଲରେ ଶ୍ୱେତପର୍ଣ୍ଣା ପଣ୍ଡା ଓ ବି.ଯାଦବ ଯୋଡି ନିଜ ଦେଶର ରାହୁଲ କୁମାର ଶାହ ଓ ରୁଦ୍ରାଣୀ ଜୈସୱାଲଙ୍କୁ ୨୧-୧୨, ୨୧-୧୨ ସେଟରେ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛନ୍ତି । ଓଡିଆ ଝିଅ ଶ୍ୱେତପର୍ଣ୍ଣା ରାଜ୍ୟର ପ୍ରଥମ ମହିଳା ଖେଳାଳି ଭାବେ ସୁପର ୧୦୦ ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି ।
ଅନ୍ୟ ପ୍ରମୁଖ ମୁକାବିଲାରେ ଭାରତର ପ୍ରିୟାଂଶୁ ରାଜାୱତ ନିଜ ଦେଶର ମିଥୁନ ମଂଜୁନାଥଙ୍କୁ ହରାଇ ପୁରୁଷ ସିଙ୍ଗଲ୍ସ ସେମିରେ ପ୍ରବେଶ କରିଛନ୍ତି । ତୀଷା ଜଲି-ଗାୟତ୍ରୀ ଗୋପିଚାନ୍ଦ ମହିଳା ଡବଲ୍ସ ସେମିକୁ ଉନ୍ନୀତ ହୋଇଛନ୍ତି । କ୍ରିଷ୍ଣା ପ୍ରସାଦ ଓ ବିଷ୍ଣୁ ବର୍ଦ୍ଧନ ଯୋଡି ପୁରୁଷ ଡବଲ୍ସ କ୍ୱାର୍ଟରରେ ଶ୍ରୀଲଙ୍କା ଯୋଡିଙ୍କଠାରୁ ହାରି ଯାଇଛନ୍ତି ।
BREAKING NEWS
- Puri Temple Closed: ଶ୍ରୀବିଗ୍ରହଙ୍କ ବନକଲାଗି ନୀତି: ୫ ଘଣ୍ଟା ପାଇଁ ଶ୍ରୀମନ୍ଦିରରେ ବନ୍ଦ ରହିବ ସାଧାରଣ ଦର୍ଶନ
- ଆଜିଠୁ ନବମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ନାମ ପଞ୍ଜୀକରଣ: ଅନଲାଇନ କରିବେ ନା ଅଫଲାଇନ ଜାଣନ୍ତୁ…
- ୩୯ ପରିବାରକୁ ୨ ଲକ୍ଷ ଟଙ୍କା ଘୋଷଣା… ବଙ୍ଗଳାରେ SIR ଯୋଗୁଁ କେତେ ଲୋକଙ୍କ ମୃତ୍ୟୁ ହୋଇଛି, କେତେ BLO ପ୍ରଭାବିତ ହୋଇଛନ୍ତି?
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
- ଟିଏସ୍ଏମ୍ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
Comments are closed.