Latest Odisha News

୨ ବର୍ଷର ଛୁଆ ସହ ଫୁଡ୍ ଡେଲିଭରି କରୁଛନ୍ତି ଜଣେ ବ୍ୟକ୍ତି, ଭିଡିଓ ଭାଇରାଲ୍

ଗୁରୁଗ୍ରାମ: ଜଣେ ସ୍ୱିଗି ଡେଲିଭରି ଏଜେଣ୍ଟ ନିଜର ଦୁଇ ବର୍ଷର ଝିଅକୁ ସାଙ୍ଗରେ ଧରି ଫୁଡ୍ ଡେଲିଭରି କରୁଥିବାର ଏକ ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ୍  ହେଉଛି। ଏହି ଭିଡିଓଟି ଦର୍ଶକଙ୍କୁ ଭାବବିହ୍ୱଲ୍ କରିଦେଇଛି। ଏହି ଭିଡିଓଟିକୁ ଗୁରୁଗ୍ରାମରୁ ମୟଙ୍କ ଅଗ୍ରୱାଲ ସେୟାର କରିଥିଲେ।

ସେ ସ୍ଵିଗିରୁ ନିଜ ପାଇଁ ଖାଦ୍ୟ ଅର୍ଡର କରିଥିଲେ ଓ ଖାଦ୍ୟର ଡେଲିଭରି ପାଇଁ ତାଙ୍କୁ ଏଜେଣ୍ଟ ଫୋନ କରିବା ପରେ ସେ ଏହି ଦୃଶ୍ୟ ଦେଖିଥିଲେ। ଏଜେଣ୍ଟଙ୍କ ସହ କଥା ହେବା ବେଳେ ସେ ଏକ ଛୋଟ ଛୁଆର ଆୱାଜ୍ ଶୁଣିବାକୁ ପାଇଥିଲେ ଓ ଏହାପରେ ସେ ତୁରନ୍ତ ତଳକୁ ଯାଇଥିଲେ। ଡେଲିଭରି ମ୍ୟାନ୍‌ଙ୍କ ଗାଡ଼ିରେ  ଏକ ଛୋଟ ଛୁଆଟି ବସିଥିବା ଦେଖୁଥିଲେ। ତେବେ ସେହି ଡେଲିଭରି ମ୍ୟାନଙ୍କ ନାମ ପଙ୍କଜ ବୋଲି ଜଣାପଡିଛି।

ଏହା ବିଷୟରେ ପଙ୍କଜ ଙ୍କୁ ଯେତେବେଳେ ପଚରା ଯାଇଥିଲା ସେ କହିଥିଲେ ଯେ  ପ୍ରସବ ସମୟରେ ଶିଶୁ ଟିର ମା ଙ୍କ   ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କର ଗୋଟେ ପୁଅ ଅଛି ଯିଏ କି ସନ୍ଧ୍ୟା ରେ ପଢିବାକୁ କ୍ଲାସ କୁ ଚାଲିଯାଏ। ଘରେ କେହି ରହୁନଥିବାରୁ ସେ ଛୁଆକୁ ସାଙ୍ଗରେ ଧରି ଅର୍ଡର୍ ଡେଲିଭରୀ କରୁଛନ୍ତି।

ତେବେ ଏହାକୁ ନେଇ ସୋସିଆଲ ମିଡିଆ ରେ ୟୁଜର ମାନଙ୍କର ମିଶାମିଶି ମତାମତ ଆସିଛି। ପ୍ରାୟ ଲୋକ ପଙ୍କଜଙ୍କୁ  ପ୍ରଶଂସା କରିଥିବା ବେଳେ କିଛି ଲୋକ ପିଲାଟିକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। କିଛି ଲୋକ ଏହା ମଧ୍ୟ କହିଛନ୍ତି ଯେ କମ୍ପାନୀଗୁଡ଼ିକ ସିଙ୍ଗଲ ପାରେଣ୍ଟସ୍ ମାନଙ୍କ ପାଇଁ ବ୍ୟବସ୍ଥା କରିବା ଉଚିତ୍।

ତେବେ କର୍ମମୟ ସଂଘର୍ଷ ମଧ୍ୟରେ ଜଣେ ପିତାର ସ୍ନେହକୁ ଦେଖି ଲୋକମାନେ ଭାବୁକ ହୋଇପଡ଼ିଛନ୍ତି।

 

Comments are closed.