Latest Odisha News

ଇଚ୍ଛା ମୃତ୍ୟୁ, ସୁଇସାଇଡ ମେଶିନକୁ ମଂଜୁର କଲା ସୁଇଜରଲାଣ୍ଡ ସରକାର

ନୂଆଦିଲ୍ଲୀ: ସୁଇଜରଲାଣ୍ଡ ସରକାର ଆଜି ଇଚ୍ଛା ମୃତ୍ୟୁକୁ ସରକାରୀ ମଂଜୁରୀ ପ୍ରଦାନ କରିଛି । ଏକ ସୁଇସାଇଡ ମେଶିନ (ସୁସାଇଡ ପଡ)ରେ ବିନା ଯନ୍ତ୍ରଣାରେ ଜଣେ ବ୍ୟକ୍ତି ମୃତ୍ୟୁବରଣ କରିପାରିବ । ଏହି ମେସିନ ମଧ୍ୟରେ ଅମ୍ଳଜାନର ମାତ୍ରା ବହୁତ କମ ରଖାଯାଇଥିବ, ଯାହା ଫଳରେ ରୋଗୀ ଧୀରେ ଧୀରେ ମୃତ୍ୟୁକୁ ଆଦରି ନେବ ।

ସୂଚନାଯୋଗ୍ୟ, ୧୯୪୨ରୁ ଏଠାରେ ଇଚ୍ଛାମୃତ୍ୟୁର କାନୁନ ରହିଛି । ତେବେ ସରକାରଙ୍କ ଏହି ନିଷ୍ପତି ଆତ୍ମହତ୍ୟାକୁ ପ୍ରବର୍ତାଇବ ବୋଲି କେତେକ ବ୍ୟକ୍ତି ଆଶଙ୍କା ବ୍ୟକ୍ତ କରିଛନ୍ତି । ଯେଉଁ ବ୍ୟକ୍ତି ରୋଗରେ କବଳରେ ପଡି ଏକପ୍ରକାର ମୃତ୍ୟୁ ସମାନ ବଂଚି ରହିଥାଏ ସେମାନଙ୍କୁ କେବଳ ଏଥିନେଇ ଅନୁମତି ମିଳିବ ।

Leave A Reply

Your email address will not be published.