Latest Odisha News

କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ଖଣ୍ଡା

ଇଂଲଣ୍ଡ: ନିଲାମ ହେଲା ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଖଣ୍ଡା । ଏହି ଖଣ୍ଡା କୋଟିଏ ଟଙ୍କାରେ ନିଲାମ ହୋଇଥିବା ଜଣାଯାଇଛି । ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ ଅର୍ଥାତ୍ ୧,୯ କୋଟି ଟଙ୍କା ରେ ନିଲାମ ହୋଇଛି । ଏହି ଖଣ୍ଡା ଟିପୁ ସୁଲତାନଙ୍କ ବୋଲି କୁହାଯାଉଛି ।

ପୋର୍ଟ ଏଲିଅଟ ଇଷ୍ଟେଟର ମୁଖପାତ୍ର କହିଛନ୍ତି, ଏହି ଖଣ୍ଡା ପ୍ରଥମେ ଟିପୁ ସୁଲତାନଙ୍କର ଥିଲା । ପରେ ଚାର୍ଲସ, ପ୍ରଥମ ମାର୍କସ କର୍ଣ୍ଣୱାଲିସ ଏବଂ ୨ୟ ଆର କର୍ଣ୍ଣୱାଲିସ କେଜି ପିସିଙ୍କୁ ଭେଟି ଦିଆଯିବା ପରେ ଏଲିଅଟ ପରିବାର ପାଖରେ ରହିଥିଲା । ବର୍ତ୍ତମାନ ଏହା କୋଟିଏ ଟଙ୍କା ବିନିମୟରେ ନିଲାମ ହୋଇଛି ।

Comments are closed.