ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତର ଅଭିଜ୍ଞ ବ୍ୟାଡମିଂଟନ ଖେଳାଳି ତଥା ୨ ଥର ଅଲିମ୍ପିକ ପଦକ ବିଜେତା ପିଭିି ସିନ୍ଧୁ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ସୟେଦ ମୋଦି ଆନ୍ତର୍ଜାତୀୟ ବ୍ୟାଡମିଂଟନର ଫାଇନାଲରେ ସିନ୍ଧୁ ପୂବତନ ଚାମ୍ପିୟନ ଚୀନର ଉ ଲିଉ ୟୁଙ୍କୁ ୨୧-୧୪ ଓ ୨୧-୧୬ରେ ପରାସ୍ତ କରିଥିଲେ । ଏଥିସହ ସେ ତୃତୀୟ ଥର ପାଇଁ ଏହି ଟୁର୍ଣ୍ଣାମେଂଟ ଜିତିଛନ୍ତି । ଏହା ପୂର୍ବରୁ ୨୦୧୭ ଓ ୨୦୨୨ରେ ସେ ଟାଇଟଲ ଜିତିଥିଲେ । ୨ ବର୍ଷ ୪ ମାସ ପରେ ସିନ୍ଧୁ ସିଙ୍ଗଲ୍ସ ଟାଇଟଲ ହାସଲ କରିବାରେ ସଫଳ ହୋଇଛନ୍ତି । ୨୦୨୨ରେ ସେ ଶେଷ ଥର ସିଙ୍ଗାପୁର ଓପନ ଜିତିଥିଲେ । ଚଳିତ ବର୍ଷ ମେ ମାସରେ ସେ ମାଲେସିଆ ମାଷ୍ଟର୍ସ ସୁପର ୫୦୦୦ର ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ହାରି ଯାଇଥିଲେ ।
ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ ଚାମ୍ପିୟନ ହୋଇଛନ୍ତି । ମହିଳା ଡବଲ୍ସରେ ଭାରତର ତ୍ରିସା ଜଲୀ ଓ ଗାୟତ୍ରୀ ଗୋପୀଚାନ୍ଦ ମହିଳା ଡବଲ୍ସ ଟାଇଟଲ ଫାଇନାଲରେ ଚୀନ ଯୋଡି ୱା ଲି ଜିଙ୍ଗ ଓ ଲି କିୟାନଙ୍କୁ ୨୧-୧୮, ୨୧-୧୧ରେ ହରାଇଥିଲେ । ଏହି ଟୁର୍ଣ୍ଣାମେଂଟରେ ପ୍ରଥମ ଭାରତୀୟ ମହିଳା ଯୋଡି ଭାବେ ସେମାନେ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ପୁରୁଷ ଡବଲ୍ସରେ ଭାରତର ପୃଥ୍ୱୀ କୃଷ୍ଣମନ୍ତ୍ରୀ ରାୟ ଓ ସାଇ ପ୍ରତୀକ ଏବଂ ମିକ୍ସଡ ଡବଲ୍ସରେ ତନୀଷ କ୍ରାଷ୍ଟୋ ଓ ଧ୍ରୁବ କପିଲା ରନର୍ସ ଅପରେ ସନ୍ତୁଷ୍ଟ ହୋଇଛନ୍ତି ।
Comments are closed.