ମୁମ୍ବାଇ: ଚଳିତ ସୟେଦ ମୁସ୍ତାକ ଅଲୀ ଟ୍ରଫି କ୍ରିକେଟରେ ଶନିବରେ ଓଡିଶା ଏକ ରୋମାଂଚକ ମୁକାବିଲାରେ ସର୍ଭିସେସ ନିକଟରୁ ୩ ୱିକେଟରେ ହାରିଯାଇଛି । ଆଉ ଗୋଟିଏ ବଲ ବାକିଥିବା ବେଳେ ସର୍ଭିସେସ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଓଡିଶା ୨୦ ଓଭରରେ ୮ ୱିକେଟ ହରାଇ ୧୪୨ ରନ କରିଥିଲା । ସ୍ୱସ୍ତିକ ସାମଲ ୩୯ ଓ ରାଜେଶ ଧୂପର ୨୮ ରନ କରିଥିଲେ । ସର୍ଭିସେସ ପକ୍ଷରୁ ଅର୍ଜୁନ ଶର୍ମା ଓ ବରୁଣ ଚୌଧୁରୀ ୨ଟି ଲେଖାଁଏ ୱିକେଟ ନେଇଥିଲେ । ୧୪୩ ରନର ବିଜୟ ଲକ୍ଷ୍ୟକୁ ସର୍ଭିସେସ ୧୯.୫ ଓଭରରେ ୭ ୱିକେଟ ହରାଇ ହାସଲ କରି ନେଇଥିଲା । ଭିନୀତ ଧନକାର ୩୨ ଓ ମୋହିତ ଅହଲୱାତ ୩୦ ରନ କରିଥିଲେ ।
ଓଡିଶା ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ ଦେବବ୍ରତ ପ୍ରଧାନ ୩ଟି ୱିକେଟ ନେଇଥିଲେ । ଓଡିଶା ୪ଟି ମ୍ୟାଚରୁ ୨ଟିରେ ପରାଜୟବରଣ କରିଛି । ନକଆଉଟ ପର୍ଯ୍ୟାୟକୁ ଉନ୍ନୀତ ହେବା ପାଇଁ ଓଡିଶାକୁ ବାକିତକ ମ୍ୟାଚରେ ବିଜୟ ହାସଲ ଜରୁରୀ ହୋଇପଡିଛି । ଅକ୍ଟୋବର ୨୩ରେ ଓଡିଶା ତାର ପରବର୍ତୀ ମୁକାବିଲାରେ ବିହାରକୁ ଭେଟିବ ।
Comments are closed.