Latest Odisha News

BREAKING NEWS

୨୩ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସାଙ୍କେତିକ ରୂପେ ଆୟୋଜିତ

ରାଉରକେଲା: ଚଳିତ ବର୍ଷର ବୈଶ୍ଵିକ କରୋନା ମହାମାରୀ ଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଦେଶର ସାଂସ୍କୃତିକ ମାନଚିତ୍ରରେ ସ୍ଥାନ ଲାଭ କରିଥିବା ଭଞ୍ଜ କଳା କେନ୍ଦ୍ର ଆୟୋଜିତ ୨୩ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ ସାଙ୍କେତିକ ରୂପେ ଆୟୋଜିତ ହୋଇଛି।

BjdElectrycity

ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସ୍ମାରକ ସ୍ତମ୍ଭ ସମ୍ମୁଖରେ ମୁକ୍ତାକାଶ ତଳେ ବେଦ ଶ୍ଳୋକ ଆବୃତ୍ତି ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପୁଷ୍ପ ଅର୍ଘ୍ୟ ଅର୍ପଣ କରି ତଥା ପ୍ରଦୀପ ପ୍ରଜ୍ଜ୍ଵଳନ କରି ଚଳିତ ବର୍ଷର ପ୍ରତୀକାତ୍ମକ ଉତ୍ସବ ଉଦଘାଟିତ ହୋଇଥିଲା।

ସରକାରଙ୍କ ସମସ୍ତ କୋଭିଡ ମାର୍ଗଦର୍ଶିକାର କଡାକଡି ଅନୁପାଳନ ପୂର୍ବକ ଅନୁଷ୍ଠିତ ଏହି ସଂକ୍ଷିପ୍ତ ଉତ୍ସବରେ ରାଉରକେଲା ଇସ୍ପାତ କାରଖାନାର ପ୍ରାକ୍ତନ ମହାପ୍ରବନ୍ଧକ ତଥା ଭଞ୍ଜ କଳା କେନ୍ଦ୍ରର ପୂର୍ବତନ ସାଧାରଣ ସମ୍ପାଦକ, ଅମର କୁମାର ବେହେରା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।

ଏହି ଅବସରରେ ଭଞ୍ଜ କଳା କେନ୍ଦ୍ରର ସଭାପତି ପ୍ରଶାନ୍ତ କୁମାର ମହାନ୍ତି, ସାଧାରଣ ସମ୍ପାଦକ, ଅମର କୁମାର ବେହେରା, ଉପଦେଷ୍ଟା, ଅସୀମ କୁମାର ବେହେରା ଓ ଆଲୋକ କୁମାର ବେହେରା ଭଞ୍ଜ ସାଂସ୍କୃତିକ ନ୍ୟାସର ଜୀବନ ବଲ୍ଲଭ ପଟ୍ଟନାୟକ, ପୂର୍ବତନ ପୋଲିସ ଅଧିକାରୀ ସୁମନ ଦତ୍ତ ଉପସ୍ଥିତ ଥିଲେ।

ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ ସହିତ ଉତ୍ସବ ଆନୁଷ୍ଠାନିକ ରୂପେ ଆରମ୍ଭ ହୋଇଥିଲା। ପରେପରେ ଗୁରୁ ବୀଣାପାଣି ରଥ ଏବଂ ଅନ୍ୟ କଳାକାରମାନେ ବହୁ ଶୃତିମଧୁର ଓଡିଶୀ ସଙ୍ଗୀତ ପରିବେଷଣ କରିଥିଲେ । ସୁଲଳିତ ଓଡିଶୀ ସଙ୍ଗୀତର ମୂର୍ଚ୍ଛନା ବାତାବରଣକୁ ଉତ୍ସବ ମୁଖରିତ କରିଥିଲା।

ଭଞ୍ଜ କଳା କେନ୍ଦ୍ରର କର୍ମକର୍ତ୍ତା ବିବେକାନନ୍ଦ ପରିଡା, ଜ୍ୟୋତିର୍ମୟ ଆଚାର‌୍ୟ୍ୟ, ପଞ୍ଚାନନ ମଲ୍ଲିକ, ସୁବ୍ରତ ଶତପଥୀ, ବସନ୍ତ ସାହୁ, ରସାନନ୍ଦ ମହାନ୍ତ, ଗଜେନ୍ଦ୍ର ମହନ୍ତ, ପ୍ରବୀଣ ପାତ୍ର, ଆର୍ତ୍ତଭଞ୍ଜନ ମଲ୍ଲିକ, ସାଉଣ୍ଡ ଡେକୋରେଟର ମନୁ, ଆର୍ଟ କଟେଜର ଶ୍ରୀ ମହାନ୍ତ ତଥା ଅନ୍ୟ ବହୁ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.