Latest Odisha News

BREAKING NEWS

ଓଡ଼ିଶାରେ ଆରମ୍ଭ ହେବ ଓସିଏଲ ଟି-ଟ୍ୱେଣ୍ଟି

କଟକ: କଟକ ବାରବାଟୀଠାରେ ଡିସେମ୍ବର ୧୪ରୁ ଓସିଏଲ ଟି-ଟ୍ୱେଣ୍ଟି ଆରମ୍ଭ ଲାଗି ଓସିଏ ପକ୍ଷରୁ ଯୋଜନା କରାଯାଇଛି। TCM ସହଯୋଗରେ ଓସିଏ ଆୟୋଜନ କରିବ ଏହି ଟୁର୍ଣ୍ଣାମେଣ୍ଟ। ଓଡ଼ିଶା କ୍ରିକେଟ ଆସୋସିଏସନ୍ ସଂପାଦକ ସଂଜୟ ବେହେରା ଏହି ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ ଓସିଏ ବୈଠକରେ ନିଷ୍ପତ୍ତି ହୋଇଛି।

୬ଟି ଟିମ୍‌ରେ ୮୪ ଖେଳାଳିଙ୍କୁ ନେଇ ଖେଳାଯିବ ଓସିଏଲ ଟି-ଟ୍ୱେଣ୍ଟି। ଓସିଏଲ ଟି-ଟ୍ୱେଣ୍ଟି ଲାଗି ଖେଳାଳି ଚୟନ ପ୍ରକ୍ରିୟା ଡିସେମ୍ବର ୫ରୁ ଆରମ୍ଭ ହେବ। ଡିସେମ୍ବର ୫ରୁ ୧୬୮ ଖେଳାଳିଙ୍କୁ ନେଇ ଆରମ୍ଭ ହେବ ଟ୍ରାଏଲ୍ ମ୍ୟାଚ୍। ଟ୍ରାଏଲ୍ ମ୍ୟାଚ୍ ଲାଗି ଭିଜିଅନ୍ ୨୦୨୪ ଓ ବିସିସିଆଇ ମ୍ୟାଚରୁ ବଛାଯିବେ ଖେଳାଳି।

ଟ୍ରାଏଲ୍ ମ୍ୟାଚ୍‌ରୁ ଓସିଏଲ ଟି-ଟ୍ୱେଣ୍ଟି ପାଇଁ ବଛାଯିବ ୮୪ ଜଣ ଖେଳାଳି। ସରକାରଙ୍କ ଅନୁମତି ମିଳିଲେ କୋଭିଡ୍ ଗାଇଡ୍ ଲାଇନ୍‌ରେ ହେବ ଏହି ଟୁର୍ଣ୍ଣାମେଣ୍ଟ।

Leave A Reply

Your email address will not be published.