ଚଣ୍ଡୀଗଡ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ ନ୍ୟୁ ଚଣ୍ଡୀଗଡରେ ଖେଳାଯିବ । ପ୍ରଥମ ଟି୨୦ରେ ସହଜ ବିଜୟ ହାସଲ କରିଥିବା ଭାରତ ଭ୍ରମଣକାରୀ ଦଳକୁ ଚାପରେ ରଖବା ପାଇଁ ଚାହିଁବ । ଏବେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବଂ ଶୁଭମନ ଗିଲଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଛି । ରିପୋର୍ଟ ମୁତାବକ ଟିମ ମ୍ୟାନେଜମେଂଟ ଗିଲଙ୍କ ବଦଳରେ ସଞ୍ଜୁ ସାମସନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ଦେବାକୁ ଚାହୁଁଛି । ଗିଲ ୧୬ଟି ଟି୨୦ ଖେଳି ଗୋଟିଏ ବି ଅର୍ଦ୍ଧଶତକ ମାରି ନାହାନ୍ତି । ଅପରପକ୍ଷରେ ସଞ୍ଜୁ ଗତବର୍ଷ ଓପନିଂ କରି ୩ଟି ଶତକ ମାରିଥିଲେ । ଗିଲ ୩୪ଟି ଟି୨୦ରେ ୨୯ ଆଭରେଜରେ ୮୪୧ ରନ କରିଛନ୍ତି । ସଞ୍ଜୁ ୧୭ ମ୍ୟାଚରେ ୩୨ରୁ ଊର୍ଦ୍ଧ୍ୱ ଆଭରେଜରେ ୫୨୨ ରନ ସଂଗ୍ରହ କରି ନେଇଛନ୍ତି ।
ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଘରୋଇ ପରିବେଶରେ ୧୩ଟି ମ୍ୟାଚ ଖେଳାଯାଇଛି । ଉଭୟ ଟିମ ମଧ୍ୟରେ କଡା ସଂଘର୍ଷ ଦେଖିବାକୁ ମିଳିଛି । ଭାରତ ୬ ଓ ଦକ୍ଷିଣ ଆଫ୍ରିକା ସମନ ସଂଖ୍ୟକ ମ୍ୟାଚରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନାହିଁ । ମୁଲ୍ଲାପୁରରେ ପ୍ରଥମ ଥର ପାଇଁ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳାଯିବ । ଆରମ୍ଭରୁ ଏହି ପିଚରେ ପେସର ସାମାନ୍ୟ ଫାଇଦା ପାଇବେ । ପରେ ଏହା ସ୍ପିନରଙ୍କୁ ସୁହାଇବ ବୋଲି ଆଶା କରାଯାଉଛି । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଅଗ୍ରଣୀ ରହିଛି ।