ନୂଆଦିଲ୍ଲୀ: ଆଉ କିଛି ମାସ ପରେ ଟି୨୦ ବିଶ୍ୱକପ ଆରମ୍ଭ ହୋଇଯିବ । ଏଥିପାଇଁ ଟିକେଟ ବିକ୍ରି ଡିସେମ୍ବର ୧୧ରୁ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ କେତେକ ଟିକେଟ ୧୦୦ ଟଙ୍କାରେ ବିକ୍ରି ହୋଇଛି । ଫେବୃୟାରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ବିଶ୍ୱକପ ଭାରତ ଏବଂ ଶ୍ରୀଲଙ୍କାରେ ମିଳିତ ଭାବେ ଆୟୋଜିତ ହେବ । ଟିକେଟ ବିକ୍ରି ଖବରକୁ ଆଇସିସି ମଧ୍ୟ ବିଧିବଦ୍ଧ ଭାବେ ଘୋଷଣା କରିଛି । ୨୦ଟି ଟିମ ୮ଟି ସ୍ଥାନରେ ମ୍ୟାଚ ଖେଳିବେ । ଭାରତରେ ଅହମ୍ମଦାବାଦ, ଚେନ୍ନାଇ, ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ମ୍ୟାଚ ଖେଳାଯିବ ।
ଶ୍ରୀଲଙ୍କାରେ କଲମ୍ବୋ ଓ କ୍ୟାଣ୍ଡିର ୩ଟି ସ୍ଥାନରେ ମୁକାବିଲା ହେବ । ଆମେରିକା ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ପ୍ରଥମ ପର୍ଯ୍ୟାୟରେ ଆମେ ଟିକେଟ ଦର ଜାଣିଶୁଣି କମ ରଖିଛୁ ବୋଲି ଆଇସିସି ମୂଖ୍ୟ କାର୍ଯ୍ୟକାରୀ ଅଧିକାରୀ ସଂଯୋଗ ଗୁପ୍ତା କହିଛନ୍ତି । ଏହା ଦ୍ୱାରା ସମସ୍ତେ ଟିକେଟ କିଣିବାକୁ ସକ୍ଷମ ହେବ ଏବଂ କ୍ରିକେଟକୁ ମନଭରି ଉପଭୋଗ କରିବେ ବୋଲି କହିଛନ୍ତି । ଆଉ କେତେକ ଟିକେଟ ଶ୍ରୀଲଙ୍କା କରେନ୍ସି ୧୦୦୦ରେ ବିକ୍ରି ହୋଇଛି ।