କୋଲକାତା: ସଞ୍ଜୁ ସାମସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଭାରତ ଟି୨୦ ବିଶ୍ୱକପ ସେମିଫାଇନାଲରେ ୨୫୪ ରନର ଲକ୍ଷ୍ୟ ଇଂଲଣ୍ଡ ସମ୍ମୁଖରେ ରଖିଛି । ଟସ ଜିତି ଇଂଲଣ୍ଡ ପ୍ରଥମେ ଫିଲ୍ଡିଂ କରିବା ପାଇଁ ନିଷ୍ପତି ନେଇଥିଲେ । ବ୍ୟାଟିଂକୁ ସୁହାଉଥିବା ପିଚରେ ଟିମ ଇଣ୍ଡିଆ ବ୍ୟାଟ୍ସମ୍ୟାନ ଆରମ୍ଭରୁ ବିସ୍ଫୋରକ ପ୍ରଦର୍ଶନ କରିଥିଲେ । ସଞ୍ଜୁ ୪୨ ବଲରେ ୮ ଚୌକା ଓ ୭ଛକା ବଳରେ ୮୯ ରନ କରିଥିଲେ । ଅଭିଷେକ ଶର୍ମା(୯) ଓ ସୂର୍ଯ୍ୟକୁମାର ଯାଦବ ୧୧ ରନ କରି ବିଫଳ ହୋଇଥିବା ବେଳେ ଈଶାନ କିଶାନ ୧୮ ବଲରୁ ଦ୍ରୁତ ୩୯ ରନ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ଶିବମ ଦୁବେ ୪୩, ହାର୍ଦ୍ଦିକ ପାଣ୍ଡ୍ୟା ୨୭ ଓ ତିଳକ ବର୍ମା ୨୧ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ ୱିଲ ଜ୍ୟାକ୍ସ ଓ ଅଡିଲ ରଶିଦ ୨ଟି ଲେଖାଏଁ ୱିକେଟ ନେଇଥିଲେ । ଜୋଫ୍ରା ଆର୍ଚ୍ଚର ଗୋଟିଏ ୱିକେଟ ହାସଲ କରିଥିଲେ । ଭାରତ ପ୍ରଥମରୁ ଯେଉଁ ଭଳି ବ୍ୟାଟିଂ କରିଥିଲା ଶେଷ ଭାଗରେ ତାହା ବଜାୟ ରଖିଥିଲେ ୧୫ରୁ ୨୦ ରନ ଅଧିକ ସଂଗ୍ରହ ହୋଇପାରିଥାନ୍ତା ।