Latest Odisha News

ଟି୨୦ ବିଶ୍ୱକପ: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ଭାରୀ

ଆଂଟିଗା: ଚଳିତ ଆଇସିସି ଟି୨୦ ବିଶ୍ୱକପ କ୍ରିକେଟରେ ଭାରତ ସେମିଫାଇନାଲର ନିକଟତର ହୋଇଛି । ସୋମବାର ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସୁପର ଏଇଟ ମ୍ୟାଚ ଖେଳାଯିବ । ଏହି ମ୍ୟାଚରେ ବିଜୟ ଅଷ୍ଟ୍ରେଲିଆ ପାଇଁ ଜରୁରୀ । ଆଫଗାନିସ୍ତାନଠାରୁ କଙ୍ଗାରୁ ଟିମ ଏବେ ହରଡଘଣାରେ ପଡିଛି । ଟି୨୦ ବିଶ୍ୱକପରେ ଓଭରାଲ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପଲା ସାମାନ୍ୟ ଭାରୀ ରହିଛି । ଉଭୟ ଟିମ ମଧ୍ୟରେ ୫ଟି ମ୍ୟାଚ ଖେଳାଯାଇଛି । ଟିମ ଇଣ୍ଡିଆ ୩ଟି ଏବଂ ଅଷ୍ଟ୍ରେଲିଆ ୨ଟି ମ୍ୟାଚରେ ବିଜୟୀ ହୋଇଛି । ଆନ୍ତର୍ଜାତୀୟ ଟି୨୦ ମ୍ୟାଚରେ ଉଭୟ ଟିମ ୩୧ଟି ମ୍ୟାଚରେ ଅବତୀର୍ଣ୍ଣ ହୋଇଛନ୍ତି । ଭାରତ ୧୯ ଥର ବିଜୟୀ ହୋଇଥିବା ବେଳେ ଅଷ୍ଟ୍ରେଲିଆ ୧୧ ଥର ଏବଂ ଗୋଟିଏ ମ୍ୟାଚ ଫଳାଫଳ ଶୂନ୍ୟ ରହିଛି ।

ଅଷ୍ଟ୍ରେଲିଆ ଚାପରେ ଥିବାରୁ ଭାରତ ଏହି ମ୍ୟାଚରେ ବିଜୟ ହାସଲ କରି ସେମିଫାଇନାଲରେ ପ୍ରବେଶ କରିବ । ରୋହିତ ଶର୍ମା ଓ ବିରାଟ କୋହଲି ରନ କରୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ବଡ ସ୍କୋର କରିବାରେ ବିଫଳ ହୋଇଛନ୍ତି । ଆଗକୁ ସେମାନଙ୍କୁ ପାୱାର ପ୍ଲେରେ ଅଧିକରୁ ଅଧିକ ରନ ସଂଗ୍ରହ କରିବାକୁ ପଡିବ । ବୋଲିଂ ବିଭାଗରେ ଭାରତ ଅନ୍ୟ ତୁଳନାରେ ଅପେକ୍ଷାକୃତ ମଜଭୁତ ରହିଛି ।

Comments are closed.