Latest Odisha News

ଟି୨୦ ବିଶ୍ୱକପର ରୋମାଂଚକ ରେକର୍ଡ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ କ୍ରିକେଟର ୨୦୨୪ ସଂସ୍କରଣ ଆରମ୍ଭ ହୋଇଯାଇଛି । ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ତାର ଅଭିଯାନ ଆରମ୍ଭ କରିବ । ଏହା ପରେ ୯ଜୁନରେ ହାଇ ଭୋଲଟେଜ ଭାରତ-ପାକିସ୍ତାନ ମ୍ୟାଚ ଖେଳାଯିବ । ୨୦୦୭ ପ୍ରଥମ ସଂସ୍କରଣରେ ଭାରତ ଚାମ୍ପିୟନ ହୋଇଥିଲା । ଏହା ପରେ ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ୨ଥର ଲେଖାଏଁ ଏବଂ ପାକିସ୍ତାନ, ଶ୍ରୀଲଙ୍କା ଓ ଅଷ୍ଟ୍ରେଲିଆ ଥରେ ଚାମ୍ପିୟନ ହୋଇଛନ୍ତି । ଆସନ୍ତୁ ଟି୨୦ ବିଶ୍ୱକପର କେତେକ ରୋମାଂଚକ ରେକର୍ଡ ଉପରେ ନଜର ପକାଇବା ।

୧.ମହେନ୍ଦ୍ର ସିଂ ଧୋନୀ ୱିକେଟ କିପର ଭାବେ ସର୍ବାଧିକ ୩୨ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ପଠାଇଛନ୍ତି ।
୨.ଇଂଲଣ୍ଡ ଓ ୱେଷ୍ଟଇଣ୍ଡିଜ ସର୍ବାଧିକ ୨ ଥର ଲେଖାଏଁ ଟାଇଟଲ ଜିତିଛନ୍ତି ।
୩. ଏବି ଡିଭିଲର୍ସ ସର୍ବାଧିକ ୨୩ କ୍ୟାଚ ନେଇଛନ୍ତ ।
୪. ଟି୨୦ ବିଶ୍ୱକପରେ କ୍ରିସ ଗେଲ ୨ ଥର ଶତକ ହାସଲ କରିଛନ୍ତି । ୨୦୦୭ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏବଂ ୨୦୧୬ରେ ଇଂଲଣ୍ଡ ବିରୋଧରେ ସେ ଶତକ ମାରିଥିଲେ ।
୫. ରବିଚନ୍ଦ୍ରନ ଅଶ୍ୱୀନ ଭାରତ ପକ୍ଷରୁ ସର୍ବାଧିକ ୩୨ ୱିକେଟ ହାସଲ କରିଛନ୍ତି ।

୬. ଏ ପର୍ଯ୍ୟନ୍ତ କୌଣସି ଆୟୋଜକ ଦେଶ ବିଶ୍ୱକପ ଜିତି ନାହାନ୍ତି ।
୭. ଟି୨୦ ବିଶ୍ୱକପରେ ପ୍ରଥମ ମ୍ୟାଚରେ ଜିମ୍ବାୱେ ୫ ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।
୮. ଶ୍ରୀଲଙ୍କା ୨୦୦୭ରେ କେନିୟା ବିପକ୍ଷରେ ବିଶ୍ୱକପର ସର୍ବାଧିକ ସ୍କୋର ୨୬୦ ରନ ସଂଗ୍ରହ କରିଥିଲା ।
୯. ବିରାଟ କୋହଲି ଟି୨୦ ବିଶ୍ୱକପରେ ସବୁଠାରୁ ଅଧିକ ୧୧୪୧ ରନ କରିଛନ୍ତି ।
୧୦. ୨୦୦୭ରେ ଅଷ୍ଟ୍ରେଲିଆ ପେସ ବୋଲର ବ୍ରେଟ ଲୀ ବାଂଲାଦେଶ ବିପକ୍ଷରେ ହ୍ୟାଟ୍ରିକ ଅର୍ଜନ କରିଥିଲେ ।

୧୧. ବାଂଲାଦେଶର ଶାକିବ ଉଲ ହାସନ ଟି୨୦ ବିଶ୍ୱକପରେ ସର୍ବାଧିକ ୪୭ ୱିକେଟ ନେଇଛନ୍ତି ।
୧୨. ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ନେଦରଲାଣ୍ଡ ସର୍ବନିମ୍ନ ୩୯ ରନ କରିଥିଲା ।
୧୩. ଟି୨୦ ବିଶ୍ୱକପରେ ଏକମାତ୍ର ବଲଆଉଟ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିଲା । ଭାରତ ଏଥିରେ ବିଜୟୀ ହୋଇଥିଲା ।
୧୪. କ୍ରିସ ଗେଲ ବିଶ୍ୱକପରେ ସର୍ବାଧିକ ୬୩ ଛକା ମାରିଛନ୍ତି ।
୧୫. ମହେନ୍ଦ୍ର ସିଂ ଧୋନୀ ଅଧିନାୟକ ଭାବେ ସର୍ବାଧିକ ବିଜୟ ହାସଲ କରିଛନ୍ତି ।

Comments are closed.