Latest Odisha News

BREAKING NEWS

ଟି୨୦ ବିଶ୍ୱକପ: ରୋହିତ, ହାର୍ଦ୍ଦିକଙ୍କ ଫର୍ମ ସାଜିଛି ଚିନ୍ତାର କାରଣ

ମୁମ୍ବାଇ: ଟି୨୦ ବିଶ୍ୱକପ କ୍ରିକେଟ ଆରମ୍ଭ ହେବାକୁ ଆଉ ହାତ ଗଣତି ଦିନ ବାକି ରହିଛି । ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳର ଘୋଷଣା ହୋଇ ସାରିଛି । ଆଇପିଏଲ ଆରମ୍ଭରେ ରୋହିତ ଭଲ ଫର୍ମରେ ଥିବା ବେଳେ ଶେଷ ଆଡକୁ ତାଙ୍କ ପ୍ରଦର୍ଶନ ଟିମ ମ୍ୟାନେଜମେଂଟର ଚିନ୍ତାର କାରଣ ସାଜିଛି । ସେ ୧୩ଟି ଇନିଂସରେ ୩୪୯ ରନ ସଂଗ୍ରହ କରିଛନ୍ତି । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଉଭୟ ବ୍ୟାଟିଂ ଓ ବୋଲିଂରେ ନିରାଶ କରୁଛନ୍ତି । ହାର୍ଦ୍ଦିକ ୨୦୦ ରନ କରିଥିବା ବେଳେ ତାଙ୍କ ବଡି ଲାଙ୍ଗୁଏଜ ମାନ୍ଦା ରହିଛି । ଆଇପିଏଲର ଚଳିତ ସଂସ୍କରଣ ଆରମ୍ଭ ପୂର୍ବରୁ ରୋହିତଙ୍କୁ ହଟେଇ ହାର୍ଦ୍ଦିକଙ୍କୁ ଅଧିନାୟକ କରାଯାଇଥିଲା । ଏହା ଫଳରେ ମୁମ୍ବାଇ ଟିମ ଏକ ପ୍ରକାର ଦୁଇ ଭାଗରେ ଭାଗ ହୋଇ ଯାଇଥିଲା । ଦଳ ଏବେ ପ୍ଲେ ଅଫ ଦୌଡରୁ ବାଦ ପଡିଛି । ବିଶ୍ୱକପରେ ପାୱାର ପ୍ଲେ ଓ ଡେଥ ଓଭରରେ ରନ ସଂଗ୍ରହ କରିବା ଜରୁରୀ ।

ରୋହିତ ଓ ହାର୍ଦ୍ଦିକଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ ରହିବ । ଅବଶ୍ୟ ସୂର୍ଯ୍ୟକୁମାର ଯାଦବ ଓ ଯଶପ୍ରୀତ ବୁମରାହ ଫର୍ମରେ ରହିବା ଦଳ ପାଇଁ ଶୁଭ ଖବର । ଭାଷ୍ୟକାର ହର୍ଷ ଭୋଗଲେ କୋଚ ରାହୁଲ ଡ୍ରାଭିଡଙ୍କୁ ଅନୁରୋଧ କରିଛନ୍ତିି ଏହି ଦୁଇ ଖେଳାଳି କିପରି ଫର୍ମକୁ ଫେରିବେ ସେଥି ପ୍ରତି ଧ୍ୟାନ ଦିଅନ୍ତୁ । ୧ ଜୁନରୁ ବିଶ୍ୱକପ ଆରମ୍ଭ ହେବ । ଭାରତ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ତାର ଅଭିଯାନ ଆରମ୍ଭ କରିବ । ୨୦୦୭ ପରଠାରୁ ଭାରତ ଟାଇଟଲ ହାସଲ କରିପାରି ନାହିଁ ।

Comments are closed.