Latest Odisha News

BREAKING NEWS

ଜାତୀୟ ଓପନ ଟାଏକୋଣ୍ଡୋ: ଓଡିଶା ରନର୍ସଅପ ଓ ଶୃଙ୍ଖଳିତ ଟିମ

ପୁରୀ: ରାଂଚୀର ହରିବଂଶ ତାନା ଭଗତ ଇଣ୍ଡୋର ଷ୍ଟାଡିୟମରେ ୧୪ତମ ଜାତୀୟ ଓପନ ଟାଏକୋଣ୍ଡୋ ଓ ୨ୟ ଭଗବାନ ବିର୍ସା ମୁଣ୍ଡା ଟ୍ରଫି ଅନୁଷ୍ଠିତ ହୋଇଯାଇଛି । ଝାଡଖଣ୍ଡ ଚାମ୍ପିୟନ ହୋଇଥିବା ବେଳେ ଓଡିଶା ଓଭରାଲ ରନର୍ସଅପ ହୋଇଛି । କିରୋଗୀ ଓ ପୁମସୀ ଇଭେଂଟ ପ୍ରତିଯୋଗିତାରେ ଓଡିଶା ୩୦ ପଦକ ହାସଲ କରିଥିଲା । କିରୋଗୀରେ ୩ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୧୩ ବ୍ରୋଞ୍ଜ ପଦକ ଓ ପୁମସୀରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ଓଡିଶା ଜିତିଥିଲା । ଶୃଙ୍ଖଳିତ ଓ ଖେଳୁଆଡ ମନୋଭାବ ନେଇ ଓଡିଶାକୁ ଶୃଙ୍ଖଳା ଟିମ ପୁରସ୍କାର ପ୍ରଦାନ କରାଯାଇଥିଲା । ଓଡିଶାର ଜାତୀୟସ୍ତରର ରେଫରୀ ମୌଳିନ୍ଦୁ କୁମାର ମହାନ୍ତି, ପାୟଲ ବଡଜେନା ଓ ଆରିୟନ ନାୟକ ଏହାକୁ ପରିଚାଳନା କରିଥିଲେ । ମିଥୁନ କୁମାର ସାହୁ, ଅତାଉଲ୍ଲା ଖାଁ, ପ୍ରଭାତ କୁମାର ସାହୁ, ପୃଥିବୀ ରାୟଗୁରୁ, ରମାକାନ୍ତ ବେହେରା, ଏସକେ ତାପିରୁଦ୍ଦିନ, ନରେଶ କୁମାର ବାରିକ ଓ ଶିବାନନ୍ଦ ରାୟଗୁରୁ ପ୍ରତିଯୋଗୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ ।

ଏହି ପ୍ରତିଯୋଗିତାରେ ପୁରୀର ୧୫ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । ଆଦ୍ୟାଶା ସାମନ୍ତରାୟ ରୌପ୍ୟ ପଦକ ପାଇଥିବା ବେଳେ ଜାତବେଦ ତ୍ରିପାଠୀ, ଶୁଭଶ୍ରୀ ଶୁଭସ୍ମିତା ତ୍ରିପାଠୀ, ଆଦ୍ୟାଶା କର, ଅର୍ପିତା ପ୍ରଧାନ ଓ ପ୍ରିୟଙ୍କା ବଡଜେନା ବ୍ରୋଞ୍ଜ ପଦକ ହାସଲ କରିଥିଲେ । ଓଡିଶା ଟାଏକୋଣ୍ଡୋର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପ୍ରଭାବୀ ପ୍ରଦର୍ଶନ ନେଇ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.