କବିତା : ମହାଚକ୍ର
ଜ୍ଞାନେନ୍ଦ୍ର କୁମାର ପଣ୍ଡା
ଉଦୟ ସୂର୍ଯ୍ୟରେ ମୋର କୁଆଁକୁଆଁ ରଡ଼ି
ଅସ୍ତସୂର୍ଯ୍ୟରେ ନିଏ ମୁଁ ଶେଷ ନିଶ୍ବାସ..।
ବାକି ସମୟର ଜୀବନରେ ମୋର
ଚଞ୍ଚଳ ଚିତ୍ତ ଓ ପାପୀ ଉଦର ସଂଘଟିତ
ଭୀଷଣ କୁମନ୍ତ୍ରଣା ପର୍ବ..!
ଚାଖଣ୍ଡେ ମାତ୍ର ପେଟକୁ ଆଢୁଆଳ କରି...
ମିଛିମିଛିକା ସାଜିଛି ମୁଁ…