କବିତା : ବଳକା ଆୟୁଷ
ମନୋରମା ସାହୁ
କ'ଣ କରିବି ଏବେ
ଏତେ ବଳକା ଆୟୁଷକୁ ନେଇ
ସବୁଦେବା, ନେବା,
ପାଇବା, ହଜାଇବାର ସମୀକରଣକୁ
ଭୁଲ ପ୍ରମାଣିତ କରି
ଗୋଟିଏ ଜୀବନରେ
ମୁଁ ଭୋଗି ସାରିଲିଣି ଶହେଟି ମୃତ୍ଯୁ ।
ସବୁ କିଛିକୁ ଭୁଲି
କ୍ଷତରେ ମଲମ ବୋଳି
ଭଙ୍ଗା ଡେଣାକୁ ଯୋଡି
ଫଟା କାନ୍ଥରେ ପଲସ୍ତରା ମାରି…