ଆଜି ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନୂଆ ବର୍ଷ
ଭୁବନେଶ୍ୱର: ଓଡିଆରେ କଥା ଅଛି ‘ବାର ମାସରେ ତେର ପର୍ବ’ ଅର୍ଥାତ କାଳ ତୁଳନାରେ ଅନେକ ପର୍ବପର୍ବାଣି ଓଡିଶାରେ ଅନୁଷ୍ଠିତ ହୁଏ । ଉତ୍କଳର ପର୍ବପର୍ବାଣି ଗୁଡିକ ସାଧାରଣତଃ ଧର୍ମ ଓ ପୌରାଣିକ ଉପାଖ୍ୟାନ ଉପରେ ପ୍ରତିଷ୍ଠିତ । ଉତ୍କଳୀୟମାନେ ପର୍ବପର୍ବାଣିକୁ ବହୁତ ଆନନ୍ଦ ସହକାରେ ପାଳନ କରନ୍ତି ।…