Latest Odisha News

ତାଇୱାନ ସୀମା ଅତିକ୍ରମ କଲା ଚୀନର ୧୦୩ ଯୁଦ୍ଧ ବିମାନ

ବେଜିଂ: ଚୀନ ତାର ବିସ୍ତାରବାଦୀ ନୀତି ଯୋଗୁ ଧିରେ ଧିରେ ଦୁନିଆର ଅନ୍ୟ ଦେଶମାନଙ୍କଠାରୁ ଅଲଗା ହେବାରେ ଲାଗିଛି । ଏବେ ଚୀନର ନଜର ତାଇୱାନ ଉପରେ ରହିଛି । ରିପୋର୍ଟ ମୁତାବକ ସୋମବାର ସୁଦ୍ଧା ଚୀନର ୧୦୩ ଯୁଦ୍ଧ ବିମାନ ତାଇୱାନ ସୀମାରେ ପ୍ରବେଶ କରିବା ଯୋଗୁ ଉତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି । ଶନିବାର ଓ ରବିବାର ୬୩ ଏବଂ ସୋମବାର ୪୦ ବିମାନ ଏହି ଦୁଃସାହସ କରିଛନ୍ତି । ଏହା ବ୍ୟତୀତ ୯ ଯୁଦ୍ଧ ଜାହଜ ମଧ୍ୟ ତାଇୱାନ ସୀମା ନିକଟରେ ପଂହଚି ସାରିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରୀୟ ପରାମର୍ଶଦାତା ଜ୍ୟାକ ସୁଲିୱନ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହ ଶାନ୍ତି ବଜାୟ ରଖିବା ନେଇ ଆଲୋଚନା କରିଥିଲେ । ଗତ ସପ୍ତାହରେ ତାଇୱାନକୁ କବଜା କରିବା ପାଇଁ ଚୀନ ବ୍ଲୁ ପ୍ରିଂଟ ଜାରୀ କରିଥିଲା । ଏଥିପାଇଁ ଫୁଜିୟାନୋକୁ ସେମାନେ ଟାର୍ଗେଟରେ ରଖିଛନ୍ତି । ପ୍ରାୟ ୧ ମାସ ତଳେ ଚ ୀନ ସେନା ତାଇୱାନ ଆକ୍ରମଣ ନେଇ ଟ୍ରେନିଂ ନେଉଥିବା ଦେଖିବାକୁ ମିଳିଥିଲା ।

୧୯୭୯ରେ ତାଇୱାନ ସହ ଡିପ୍ଲୋମେଟିକ ସମ୍ପର୍କ ଚ୍ଛିନ୍ନ କରି ଚୀନର ନିକଟତର ହୋଇଥିଲା ଆମେରିକା । ମାତ୍ର ଏହା ପରେ ଚୋରାରେ ତାଇୱାନଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା । ଚୀନ ଏହାକୁ ବିରୋଧ କରିଥିଲା । ଧିରେ ଧିରେ ତାଇୱାନଙ୍କୁ ନେଇ ଉଭୟ ଦେଶ ମୁହାଁମୁହିଁ ହୋଇଥିଲେ । ଶେଷରେ ତାଇୱାନ ଉପରେ ଆକ୍ରମଣ କଲେ ଆମେରିକା ବାହାରିବ ବୋଲି ମନ୍ତବ୍ୟ ଜାରୀ କରାଯାଇଥିଲା । ସେବେଠାରୁ ତାଇୱାନ ଉପରେ ଆକ୍ରମଣ କରିବା ପାଇଁ ଚୀନ ଷଡଯନ୍ତ୍ର ରଚୁଛି ।

Comments are closed.