Latest Odisha News

BREAKING NEWS

ପର୍ନହବରେ ଗଣିତ ଶିକ୍ଷା ଦେଉଛନ୍ତି ଶିକ୍ଷକ, ଆୟ ୨ କୋଟିରୁ ଅଧିକ… 

ତାଇୱାନ: ତାଇୱାନର ଗଣିତ ଶିକ୍ଷକ ଚାଙ୍ଗ ହସୁ। ଯିଏକି ନିଜ ଶିକ୍ଷା ଦାନକୁ ଫେମସ କରିବା ପାଇଁ ଆପଣାଇଛନ୍ତି ଭିନ୍ନ ପ୍ଲାଟଫର୍ମ।

ଶିକ୍ଷକ ଚାଙ୍ଗ ଆଡଲ୍ଡ କଣ୍ଟେଣ୍ଟ ପ୍ଲାଟଫର୍ମ PornHub ରେ ଗଣିତ ପାଠ୍ୟର ଭିଡିଓ ଅପଲୋଡ୍ କରିବା ଆରମ୍ଭ କରିଥିଲେ। ପ୍ରାୟ 3 ନିୟୁତ ମିଲିୟନ ଭ୍ୟୁ ଏବଂ ୧୩,୦୦୦ରୁ ଅଧିକ ସବସ୍କ୍ରାଇବରଙ୍କ ସହିତ ସେ ଖୁବ୍ ଭଲ ଇନକମ୍ କରିଛନ୍ତି।

ଏପରିକି ତାଙ୍କର ବାର୍ଷିକ ଆୟ ୨୭୦,୦୦୦ ଡଲାର୍ ବା ୨,୨୬,୭୬,୭୧୯ ଟଙ୍କା ରହିଛି। ସେହି ଟଙ୍କାକୁ ସେ ନିଜର ଜୀବନଧାରଣ ସହିତ କର୍ମଚାରୀମାନଙ୍କୁ ଦରମା ଦେବାରେ ଖର୍ଚ୍ଚ କରିଥାନ୍ତି।

ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ୧୫ ବର୍ଷର ଅଭିଜ୍ଞତା ରହିଛି। ପ୍ରାଥମିକ ଭାବେ ସେ ତାଙ୍କର ଭିଡିଓକୁ ୟୁଟ୍ୟୁବରେ ଅପଲୋଡ୍ କରିଥିଲେ । କିନ୍ତୁ ପରେ ନିଆରା ମାର୍କେଟିଂ ଉପାୟ ଗ୍ରହଣ କରି ୨୦୨୦ରୁ ପର୍ନହବରେ ଭିଡିଓ ଅପଲୋଡ୍ କରିବା ଆରମ୍ଭ କରିଥିଲେ ।

 

Comments are closed.