Latest Odisha News

BREAKING NEWS

ତାଜ ଏକ୍ସପ୍ରେସରେ ଭୟଙ୍କର ନିଆଁ; ହୁତୁହୁତୁ ହୋଇ ଜଳିଗଲା ୪ ବଗି, କ୍ଷୟକ୍ଷତି ନେଇ ମିଳିନି ସୂଚନା

ନୂଆଦିଲ୍ଲୀ: ତାଜ ଏକ୍ସପ୍ରେସରେ ଭୟଙ୍କର ଅଗ୍ନିକାଣ୍ଡ । ଏକ୍ସପ୍ରେସର ୪ଟି ବଗିରେ ଭୀଷଣ ନିଆଁ ଲାଗିବା ଯୋଗୁଁ ବଗି ଗୁଡିକ ସମ୍ପୂର୍ଣ୍ଣ ପୋଡି ଜଳି ପୋଉଁଶ ହୋଇଯାଇଛି । ଖବରପାଇ ଅଗ୍ନିଶନ ବାହିନୀ ପହଞ୍ଚୁ ବହୁ କସରତ ପରେ ନିଆଁ କୁ କାବୁ କରିବାରେ ସଫଳ ହୋଇଛି ।

ତେବେ ତୋଗଲକାବାଦ-ଓଖଲା ମଧ୍ୟରେ ତାଜ୍ ଏକ୍ସପ୍ରେସ ଯାଉଥିବା ବେଳେ ହଠାତ୍ ଏହି ନିଆଁ ଲାଗିଥିବା ଅଧିକାରୀମାନେ କହିଛନ୍ତି । ଟ୍ରେନ ରେ କେମିତି ନିଆଁ ଲାଗିଲା ସେନେଇ ଜଣାପଡିନଥିବାବେଳ, ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ସମ୍ପର୍କରେ ମଧ୍ୟ ସୂଚନା ମିଳିନାହିଁ ।

Leave A Reply

Your email address will not be published.