Latest Odisha News

BREAKING NEWS

ଭସ୍ମାସୁର ସାଜିଛନ୍ତି ତାଲିବାନ ନେତା: ଅଖୁନ୍ଦଜାଦା ନିହତ, ବରାଦର ପଣବନ୍ଦୀ!

କାବୁଲ: ଆଫଗାନିସ୍ତାନ ତାଲିବାନ ସରକାର କିଛି ଠିକ୍ ଚାଲି ନାହିଁ । ସରକାର ଗଠନ କରିବା ପରେ ତାଲିବାନର ପ୍ରମୁଖ ନେତା କ୍ଷମତା ଲୋଭରେ ପରସ୍ପରର ଶତ୍ରୁ ସାଜିଛନ୍ତି । ସେମାନେ ନିଜ ପାଇଁ ନିଜେ ଭସ୍ମାସୁର ସାଜିଛନ୍ତି । ବ୍ରିଟେନର ଦି ସ୍ପେକ୍ଟାରଟର ମାଗାଜିନରେ ଚାଂଚଲ୍ୟକର ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଆଫଗାନିସ୍ତାର ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ କାନ୍ଦାହାରରେ ପଣବନ୍ଦୀ କରି ରଖା ଯାଇଥିବା ବେଳେ ସିନିୟର ନେତା ହିବାତୁଲ୍ଲା ଅଖୁନ୍ଦଜାଦା ନିହତ ହୋଇଛନ୍ତି ବୋଲି ଉଲ୍ଲେଖ ରହିଛି ।

ହକ୍କାନି ନେଟୱର୍କ ଓ ବରାଦର ଗ୍ରୁପଙ୍କ ମଧ୍ୟରେ ଅଶାନ୍ତି ଲାଗିଥିଲା । ବରାଦର ଗୁଳିମାଡରେ ଆହତ ହୋଇଥିବା ଖବର ପ୍ରକଶ ପାଇଥିଲା । ଏହାକୁ ମିଥ୍ୟା ପ୍ରମାଣିତ କରିବା ପାଇଁ ତାଙ୍କା ଭିଡିଓ ମେସେଜ ଜାରୀ କରାଯାଇଥିଲା । ତେବେ ପଣବନ୍ଦୀ ଅବସ୍ଥାରେ ତାଙ୍କୁ ଭୟ ଦେଖାଇ ଏହି ବାର୍ତା ପଢ଼ାଯାଇଥିବା ରିପୋର୍ଟରେ ଲେଖାଯାଇଛି । ତାଲିବାନ ପତାକା ସହ ଦେଶର ପତାକା ଉଡୁ ବୋଲି ସେ ଚାହିଁଥିଲେ, କିନ୍ତୁ ହକ୍କାନି ନେଟୱର୍କ ଏହାକୁ ବିରୋଧ କରିଥିଲା । ସରକାର ଗଠନ ପୂର୍ବରୁ ହୋଇଥିବା ବୈଠକରେ ଖଲୀଲ ଉଲ ହକ୍କାନି ନିଜ ଆସନରୁ ଉଡି ବରାଦରଙ୍କୁ ମୁଥା ମାରିଥିଲେ । ପରେ ଉଭୟ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା ।

Leave A Reply

Your email address will not be published.