କାବୁଲ: ଆଫଗାନିସ୍ତାନ ଗୃହ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନୀଙ୍କ ଚେହେରା ପ୍ରଥମ ଥର ପାଇଁ ଦୁନିଆ ସମ୍ମୁଖକୁ ଆସିଛି । ୨୦ ବର୍ଷ କାଳ ଆମେରିକା ସେନା ଆଫଗାନିସ୍ତାନରେ ରହିବା ସତ୍ୱେ ଏହି ୧୦ଲକ୍ଷ ଡଲାର ପୁରସ୍କାର ରାଶି ବିଶିଷ୍ଟ ଆତଙ୍କବାଦୀଙ୍କ ଚେହେରା ଦେଖିପାରି ନ ଥିଲା । ଆଫଗାନିସ୍ତାନ ପୋଲିସର ପାସିଂ ଆଉଟ ପ୍ୟାରେଡ ଅବସରରେ ହକ୍କାନୀଙ୍କ ଫଟୋ ସମ୍ମୁଖକୁ ଆସିଥିଲା । ସେ କ୍ୟାମେରା ସମ୍ମୁଖରେ ଭାଷଣ ମଧ୍ୟ ଦେଇଥିଲେ ।
କାହିଁକି ଆସିଲେ ସମ୍ମୁଖକୁ: ୨ ଦିନ ତଳେ ବଡ ଭାଇର ବାହାଘରରେ ମ୍ୟୁଜିକ ବଜାଇବା ସହ ନାଚ ଗୀତର ମସଗୁଲ ହୋଇ ଯାଇଥିଲା ଛୋଟ ଭାଇ । ଏହା ଶରିୟା ନିୟମର ଖିଲାପ କରୁଥିବାରୁ ସାନ ଭାଇକୁ ପୋଲିସ ମାରି ଦେଇଥିଲା । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହି ବିବାଦର ସମାଧାନ କରିବା ପାଇଁ ହକ୍କାନୀ ସମ୍ମୁଖକୁ ଆସିବା ସହ ପୋଲିସକୁ ଦୟା ଦେଖାଇବା ପାଇଁ କହିଥିଲେ । ହକ୍କାନୀ ନେଟୱର୍କ ଯୋଗୁ ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ କରିବାରେ ସଫଳ ହୋଇଥିଲେ ।
Comments are closed.