Latest Odisha News

BREAKING NEWS

ତାଲିବାନ କ୍ଷମତାକୁ ଆସିବା ପରେ କୁଆଡେ ଗଲେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଅଫିସର!

କାବୁଲ: ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ୧୦୦ରୁ ଊର୍ଦ୍ଧ୍ୱ ପୋଲିସ ଓ ଗୋଇନ୍ଦା ଅଫିସର ନିଖୋଜ ଅଛନ୍ତି । ସେମାନଙ୍କୁ ତାଲିବାନୀମାନେ ମାରି ଦେଇଥିବା ଆଶଙ୍କା କରାଯାଉଛି । ହ୍ୟୁମାନ୍ସ ରାଇଟ ୱାଚ ମଙ୍ଗଳବାର ଏକ ରିପୋର୍ଟରେ ଏହା ଉଲ୍ଲେଖ କରିଛି । ସମୂହ ଆତ୍ମସମର୍ପଣ ପରେ ଆନ୍ତର୍ଜାତୀୟ ନିୟମ ଅନୁସାରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା ନୁହେଁ । ମାତ୍ର ତାଲିବାନମାନେ ସେମାନଙ୍କ ଠିକଣା ସଂଗ୍ରହ କରି ଟାର୍ଗେଟ କରିଛନ୍ତି ।

ପୂର୍ବ ସରକାରଙ୍କ କୌଣସି ବ୍ୟକ୍ତି ନିଜକୁ ସୁରକ୍ଷିତ ମଣୁ ନାହାନ୍ତି । ଅନ୍ୟ ସଂଗଠନ ସହ ଜଡିତ ବ୍ୟକ୍ତିମାନଙ୍କୁ ମଧ୍ୟ ତାଲିବାନମାନେ ହତ୍ୟା କରୁଛନ୍ତି ବୋଲି ଉକ୍ତ ରିପୋର୍ଟରେ କୁହାଯାଇଛି । ଏପରିକି ଭୟରେ ଯେଉଁମାନେ ଦେଶ ଛାଡି ପଳାଇ ଯିବାକୁ ବସିଥିଲେ ସେମାନଙ୍କ ମଧ୍ୟ ତାଲିବାନୀମାନେ ଖୋଜୁଛନ୍ତି ।

Leave A Reply

Your email address will not be published.