କାବୁଲ: ଆଫଗାନିସ୍ତାନୀରେ ତାଲିବାନଙ୍କ ନରସଂହାର ଜାରି ରହିଛି । ଦମନଲୀଳା ଭିତରେ ଗୋଟିଏ ପରେ ଗୋଟିଏ ପ୍ରାଦେଶିକ ରାଜଧାନୀକୁ ନିଜ ଅକ୍ତିଆରକୁ ନେଇଛନ୍ତି ଆତଙ୍କବାଦୀ । ଆମେରିକା ନିଜ ସୈନ୍ୟ ଫେରାଇ ନେବା ପରେ ତାଲିବାନଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି । ୩୪ଟିରୁ ବର୍ତ୍ତମାନ ସୁଦ୍ଧା ୧୮ଟି ପ୍ରଦେଶକୁ ନିଜ କବଜାକୁ ନେଲେଣି । ଅର୍ଥାତ ଦେଶର ୬୫ ପ୍ରତିଶଥ ଭାଗ ନିଜ ହାତୁଠାକୁ ନେଲଲେଣି ତାଲିବାନ ।
କାନ୍ଦାହାର ପରେ ଏବେ କାବୁଲ ମୁହାଁ ତାଲିବାନୀ । ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ ପାଇଁ ୯୦ ଦିନ ସମୟ ଲାଗିବ ବୋଲି ପୂର୍ବରୁ କୁହାଯାଉଥିଲା । ଏବେ ଯେଭଳି ଉଗ୍ର ରୂପରେ ତାଲିବାନୀ ଆତଙ୍କୀ ବଢୁଛନ୍ତି ଲାଗୁଛି ଦିନେ ଦୁଇ ଦିନରେ କାବୁଲ ଦଖଲକୁ ନେଇଯିବେ । ସେପଟେ ଆଫଗାନିସ୍ତାନ ସେନା ତାଲିବାନୀଙ୍କ ସହ ଲଢ଼େଇ ଜାରି ରଖିଛନ୍ତି ।
ଆଫଗାନିସ୍ତାନରେ ସ୍ଥିତି ବିଗୁଡୁଥିବା ବେଳେ ନିଜ ନିଜ ଦେଶର ଲୋକଙ୍କୁ ଆଫଗାନିସ୍ତାନରୁ ଆଣିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ଆମେରିକା, ବ୍ରିଟେନ, କାନାଡା ଓ ଭାରତ ଭଳି ଦେଶ । ସୈନିକଙ୍କୁ ପଠାଇ ନିଜ ଦେଶର ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।
ସେପଟେ ତାଲିବାନ ମୁଖପାତ୍ର ସୁହେଲ ସହିନ କହିଛନ୍ତି, ଆଫଗାନିସ୍ତାନରେ ଅନ୍ୟ ଦେଶର ଦୂତାବାସକୁ କୌଣସି କ୍ଷତି ପହଞ୍ଚାଇବାକୁ ଦିଆଯିବ ନାହିଁ । ଏନେଇ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି । ପାକିସ୍ତାନର ସମର୍ଥନ ଅଭିଯୋଗ ଉପରେ ସହିନ କହିଛନ୍ତି, ଏହା ତାଲିବାନ ଉପରେ ଏକ ରାଜନୈତିକ ଚାଲ୍ ।
ସୁହେଲ ଏକଥା ବି ସ୍ପଷ୍ଟ କରିଛନ୍ତି ଯେ, ଆଫଗାନିସ୍ତାନରେ ଭାରତର ସାମରିକ ଉପସ୍ଥିତି ତାଲିବାନ ପାଇଁ ଗ୍ରହଣୀୟ ନୁହେଁ । ଯଦି ଭାରତୀୟ ସୈନ୍ୟ ଆଫଗାନିସ୍ତାନ ଆସନ୍ତି ଏବଂ ଏଠାରେ ରହନ୍ତି ତେବେ ତାହା ସେମାନଙ୍କ ପାଇଁ ଠିକ ହେବନାହିଁ ।
If they (India) come to Afghanistan militarily & have their presence, I think that will not be good for them. They’ve seen the fate of military presence in Afghanistan of other countries, so it is an open book for them: Taliban Spokesperson Muhammed Suhail Shaheen to ANI pic.twitter.com/zIw8vrxHED
— ANI (@ANI) August 14, 2021
ସେମାନେ ଆଫଗାନିସ୍ତାନରେ ଅନ୍ୟ ରାଷ୍ଟ୍ରର ସୈନ୍ୟଙ୍କର ଯାହା ହୋଇଛି ତାହା ଦେଖିସାରିଛନ୍ତି। ତେଣୁ ଏହା ସେମାନଙ୍କ ଉପରେ ନିର୍ଭର କରୁଛି ।
Comments are closed.