Latest Odisha News

BREAKING NEWS

କାନ୍ଦାହାରକୁ କବଜା କଲେ ତାଲିବାନୀ ଆତଙ୍କବାଦୀ

ଆଫଗାନିସ୍ତାନ : ଆପଗାନିସ୍ତାନରେ ଜଟିଳ ରୂପ ନେଉଛି ସ୍ଥିତି । ଆତଙ୍କୀଙ୍କ କବଳକୁ ଯାଉଛି ପୂରା ଆଫଗାନିସ୍ତାନ । ଖୁବଶୀଘ୍ର କାବୁଲକୁ କବ୍‌ଜା କରିପାରେ ତାଲିବାନ୍ । ଦେଶର ଅନ୍ୟତମ ବଡ଼ ସହର ହେରାତକୁ ନିଜ ଅକ୍ତିଆରକୁ ନେଇସାରିଥିବା ବେଳେ, ଆଫଗାନିସ୍ତାନର ଦ୍ବିତୀୟ ବୃହତ୍ତମ ସହର କାନ୍ଦାହାରକୁ କବ୍‌ଜା କରିଛନ୍ତି ତାଲିବାନୀ । ଆତଙ୍କବାଦୀମାନେ ସହରର ସହିଦ ମଇଦାନରେ ପହଞ୍ଚି ସାରିଛନ୍ତି ।

କାନ୍ଦାହାର ସହର ପରେ ତାଲିବାନର ବଡ଼ ଟାର୍ଗେଟ ହେଉଛି କାବୁଲ । ସେପଟେ ହେରାତର ପୂର୍ବତନ ଗଭର୍ଣ୍ଣରଙ୍କୁ ଅପହରଣ କରିନେଇଛନ୍ତି ତାଲିବାନ ବାହିନୀ । ତାଲିବାନ ଲସକର ଗାହ ସହର ଅକ୍ତିଆର କରିଥିବା ବେଳେ ହେରାତ ଆନ୍ତର୍ଜାତିକ ବିମାନ ବନ୍ଦରକୁ ନିଜ ଅକ୍ତିଆରରେ ରଖିଛି । ପୂର୍ବରୁ ଗଜନୀ ସହରକୁ ନିଜ କବଜାକୁ ନେବା ପରେ ତାଲିବାନର ଆତ୍ମବିଶ୍ବାସ ଢେର ବଢିଛି । ଏଭଳି ଭାବେ ଯଦି ତାଲିବାନର ବର୍ବରତା ଜାରି ରୁହେ, ତେବେ ୩ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ତାଲିବାନ ନିଜ ଅକ୍ତିଆରକୁ ନେଇଯିବ । ଆଫଗାନିସ୍ତାନରେ ତାଲିବାନର ସ୍ଥିତିକୁ ନେଇ ଆମେରିକାର ଗୁଇନ୍ଦା ସଂସ୍ଥାର ପୂର୍ବାନୁମାନ ପରେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି ସରକାରରେ ଆଲୋଡ଼ନ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ଆଫଗାନିସ୍ତାନର ୬୫ ପ୍ରତିଶତ ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇ କ୍ରୁର ଶାସନ ଆରମ୍ଭ କରିଛି ତାଲିବାନ ।

Comments are closed.