Latest Odisha News

BREAKING NEWS

କାମ୍ ଦେଲାନି ଆଲୋଚନା, ବାରିପଦା ବସଷ୍ଟାଣ୍ଡରୁ ଗଡ଼ିଲା ନାହିଁ ବସ୍

ବାରିପଦା: ପ୍ରଶାସନ, ପୋଲିସ ଏବଂ ଘରୋଇ ବସ୍ ସଂଘର କର୍ମକର୍ତ୍ତାଙ୍କ ସହ ବୈଠକ ହୋଇଥିଲା। ସଂଧ୍ୟାରେ ବାରିପଦା ବସଷ୍ଟାଣ୍ଡରୁ ବସ୍ ଗଡିଥାନ୍ତା। କିନ୍ତୁ ଯେଉଁମାନେ ଗଣ୍ଡଗୋଳ ଘଟଣାରେ ଜେଲରେ ଅଛନ୍ତି ସେମାନଙ୍କୁ ଜାମିନ୍ ନନିଳିବାରୁ ବସ୍ ଚଳାଚଳ ପୂର୍ବଭଳି ରହିଛି। ଅର୍ଥାତ୍ ପ୍ରଶାସନ ବସ ଗଡିବା ନେଇ ଯେଉଁ ଘୋଷଣା କରିଥିଲା ତାହା ବିଫଳ ହୋଇଛି।

ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପ୍ରତିବାଦରେ ମୟୂରଭଞ୍ଜ ବସ୍ ମାଲିକ ସଂଘ ପକ୍ଷରୁ ଡାକରା ଦିଆଯାଇଥିବା ଧର୍ମଘଟ ପରେ ବାରିପଦାରେ ଘରୋଇ ବସ୍ ଚଳାଚଳ ଠପ୍ ହୋଇଯାଇଛି। ଶୁକ୍ରବାର ରାତିରେ ରୁଟ୍ ପରମିଟ୍ ଓ ଘରୋଇ ବସ୍ ଚଳାଚଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ଜଣେ ବସ୍ ମାଲିକଙ୍କ ସମେତ ୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂତ୍ରରୁ ପ୍ରକାଶ ଯେ ଦୁଇ ଗୋଷ୍ଠୀ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ଯେଉଁଥିରେ ଧାରୁଆ ଅସ୍ତ୍ର ଶସ୍ତ୍ର ଏବଂ ଲାଠି ବ୍ୟବହାର କରାଯାଇଥିଲା। ଏହି ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ହିଂସାତ୍ମକ ସଂଘର୍ଷ ଘଟଣାରେ ବାରିପଦା ଟାଉନ ଥାନା ପୁଲିସ ଏପର୍ଯ୍ୟନ୍ତ ଉଭୟ ଗୋଷ୍ଠୀର ୧୦ ଜଣଙ୍କୁ ଅଟକ ରଖିଛି। କିଛି ଗିରଫ ହୋଇଛନ୍ତି।

Leave A Reply

Your email address will not be published.