ମୁମ୍ବାଇ: ବାହୁବଳୀ ଅଭିନେତ୍ରୀ ତମନ୍ନା ଭାଟିଆ ଲଗାତାର ଏହି କିଛି ଦିନ ହେବ ଚର୍ଚ୍ଚାରେ ରହିଛନ୍ତି । ତାଙ୍କ ପ୍ରେମିକ ବିଜୟଙ୍କ ସହ ବ୍ରେକଅପକୁ ନେଇ ହେଉକି, ତାଙ୍କର ଆଗାମୀ ସିନେମା ‘ଓଡେଲା-୨’କୁ ନେଇ ହେଉ, ଏବେ ସବୁବେଳେ ଖବର ପାଲଟିଛନ୍ତି ତମନ୍ନା ଭାଟିଆ । ତେବେ ସାଧାରଣ ଭାବେ ତମନ୍ନାଙ୍କୁ ପୂରା ଇଣ୍ଟରନେଟ ‘ମିଲ୍କି ବିୟୁଟି’ ଭାବେ ସମ୍ବୋଧିତ କରିଥାଏ । ସେ ଅନେକ ଆଇଟମ ସଙ୍ଗ କରିଥିବା ତାଙ୍କ ଗୋରା ରଙ୍ଗ ପାଇଁ ମଧ୍ୟ ତାଙ୍କୁ ଏହି ଆଖ୍ୟା ଦିଆଯାଇଥିବା ବେଳେ, ଏହାକୁ ଅନେକ ଇଣ୍ଟରଭ୍ୟୁରେ ନାପସନ୍ଦ କରନ୍ତି ତମନ୍ନା । କିନ୍ତୁ ଏନେଇ କିଛି କେବେ ଉତ୍ତର ଦେଇ ନାହାନ୍ତି ତମନ୍ନା ।
ହେଲେ ଏବେ ସମ୍ପ୍ରତି ‘ଓଡେଲା ୨’ ପ୍ରେସ ମିଟରେ ପ୍ରଥମ ଥା ପାଇଁ ଏନେଇ ମୁହଁ ଖୋଲୁଛନ୍ତି ତମନ୍ନା । ଯେତେବେଳେ ପଚରାଗଲା ଯେ ନିର୍ଦ୍ଦେଶକ “ମିଲ୍କି ବ୍ୟୁଟି” ତମନ୍ନାଙ୍କୁ ଓଡେଲା-୨ରେ ଥିବା ତାଙ୍କର ଚରିତ୍ର ପାଇଁ କିପରି ବାଛିଲେ, ତାହାର କିଛି ଏମିତି ଜବାବ ଦେଇଥିଲେ ତମନ୍ନା । ତାଙ୍କୁ ଏହି ପ୍ରଶ୍ନ ବିରକ୍ତି କରିଥିଲେ ମଧ୍ୟ, ସେ ସୌଜନତାର ସହ ଏହାର ଜବାବ ଦେଇ କହିଥିଲେ, ତୁମେ ମିଲ୍କି ବିୟୁଟି କହୁଛ, ଆଉ ପ୍ରଶ୍ନ କରୁଛ କାହିଁକି ସେ ମିଲ୍କି ବିୟୁଟିଙ୍କୁ ବାଛିଲେ, ଆଉ ଭାବିଲେ ସେ ଶିବ ଶକ୍ତି ହୋଇପାରିବ? ତୁମର ପ୍ରଶ୍ନରେ ହିଁ ଏହାର ଉତ୍ତର ଅଛି । ସେ (ସିନେମାର ନିର୍ଦ୍ଦେଶକ ଅଶୋକ ତେଜା) ମିଲ୍କି ବିୟୁଟିଙ୍କୁ କୌଣସି ଲଜ୍ଜିତ ହେବା କିମ୍ବା ଖରାପ ଲାଗିଲା ଭଳି ଦେଖନ୍ତି ନାହିଁ । ଜଣେ ମହିଳା ନିଜ ଭିତରେ ନିଜର ଗ୍ଲାମରକୁ ସେଲିବ୍ରେଟ କରିବା ଦରକାର । ଆମେ ମହିଳାମାନେ ନିଜକୁ ସେଲିବ୍ରେଟ କରିବା ଦରକାର । ତା’ପରେ ଏହା ଅନ୍ୟଠାରୁ ଆଶା କରିବା ଦରକାର । କିନ୍ତୁ ଯଦି ଆମେ ନିଜକୁ ହିଁ ନିର୍ଦ୍ଦିଷ୍ଟ ଉପାୟରେ ଦେଖିବା ତେବେ କେହି ଆମକୁ ସମ୍ମାନ କରିବେ ନାହିଁ । ଆଉ ଆମ ପାଖରେ ଜଣେ ଭଦ୍ରଲୋକ (ନିର୍ଦ୍ଦେଶକ) ଅଛନ୍ତି, ଯିଏକି ମହିଳାଙ୍କୁ ସେପରି ଦେଖନ୍ତି ନାହିଁ । ସେ ମହିଳାଙ୍କୁ ଦିବ୍ୟ ଭାବେ ଦେଖନ୍ତି । ଆଉ ଦିବତ୍ୟା ଗ୍ଲାମରସ ବି ହୋପିାପରିବ, ଆଉ ଘାତକ ଏବଂ ଶକ୍ତିଶାଳୀ ବି । ଜଣେ ମହିଳା ଅନେକ କିଛି ହୋଇପାରିବ ବୋଲି ମନ୍ତବ୍ୟ ରଖିଥିଲେ ତମନ୍ନା ।
ତେବେ କହିରଖୁଛୁ, ତମନ୍ନାଙ୍କୁ ସୁପରନାଚୁରାଲ ଥ୍ରୀଲର୍ ଫିଲ୍ମ ‘ଓଡେଲା ୨’ରେ ଜଣେ ସାଧ୍ୱୀ ଭାବରେ ଦେଖିବାକୁ ମିଳିବ । ତମନ୍ନାଙ୍କୁ ଶିବ ଶକ୍ତି ଭାବରେ ଦେଖିବା ପାଇଁ ପ୍ରଶଂସକମାନେ ବହୁତ ଉତ୍ସାହିତ । ଏହି ସିନେମାରେ ଅଭିନେତ୍ରୀ ଭଗବାନ ଶିବଙ୍କ ଭକ୍ତ ଭାବରେ ଦେଖାଯିବେ, ଯିଏ ତାଙ୍କ ଗାଁକୁ ଦୁଷ୍ଟ ଶକ୍ତିଙ୍କଠାରୁ ରକ୍ଷା କରୁଛନ୍ତି । ଏହି ସିନେମାର ‘ଓଡେଲା ରେଲଓ୍ବେ ଷ୍ଟେସନ’ ସିନେମାର ଦ୍ବିତୀୟ ଭାଗ । ଯାହା ଆସନ୍ତା ମାସ ଅପ୍ରେଲ ୨ରେ ପରଦାକୁ ଆସିବାକୁ ଯାଉଛି ।
Comments are closed.