Latest Odisha News

BREAKING NEWS

କରୋନାରେ ତାମିଲ୍‌ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ

ଚେନ୍ନାଇ: କରୋନାରେ ‌ତାମିଲର ଲୋକପ୍ରିୟ କମେଡିଆନ୍‌ ପାଣ୍ଡୁଙ୍କ ପରଲୋକ ହୋଇଛି। କରୋନା ଯୋଗୁ ଆଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ହୋଇଥିଲା।

ନିକଟରେ ସେ ଏବଂ ତାଙ୍କ ପତ୍ନୀ କରୋନା ପରୀକ୍ଷା କରିଥିଲେ ଏବଂ ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ସକାଳେ ତାଙ୍କ ଅବସ୍ଥା ଅତି ଗୁରୁତର ହୋଇପଡ଼ିଥିଲା। ଡାକ୍ତରଖାନାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

Comments are closed.