Latest Odisha News

BREAKING NEWS

ମହାରାଷ୍ଟ୍ର ପରେ ତାମିଲନାଡୁରେ ମେ’ ୩୧ ଯାଏଁ ବଢ଼ିଲା ତାଲାବନ୍ଦ

ଚେନ୍ନାଇ: କରୋନା ଭୂତାଣୁର ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ତାଲାବନ୍ଦ ପଡିଛି । ଲକଡାଉନ ୩.୦ର ଆଜି ହେଉଛି ଶେଷ ଦିନ । ତେବେ ଏହାରି ଭିତରେ ଲକଡାଉନ୪.୦ ପୂର୍ବରୁ ଅନେକ ରାଜ୍ୟ ଲକଡାଉନ ଅବଧି ବଢ଼ାଇ ସାରିଲେଣି । ଏବେ ମହାରାଷ୍ଟ୍ର ପରେ ତାମିଲନାଡୁ ସରକାର ମେ’ ୩୧ ଯାଏଁ ଲକଡାଉନ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ।

ଏହି ଅବଧିରେ ରାଜ୍ୟରେ ପ୍ରତିବନ୍ଧକ ଲାଗୁ ରହିବ। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ରାଜ୍ୟରେ ଲକ୍‌ଡାଉନ୍ ଅବଧି ମେ ୩୧ ପର‌୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଏହି ବାବଦରେ ଆଜି ଆଦେଶ ଜାରି କରିଛନ୍ତି। ପୂର୍ବରୁ କେନ୍ଦ୍ର ସରକାର ମେ ୪ ରୁ ମେ ୧୭ ଯାଏ ଦେଶବ୍ୟାପୀ ଲକ୍‌ଡାଉନ୍ ୩.୦ ଲାଗୁ କରିଥିଲେ ।

ପୂର୍ବରୁ ତେଲେଙ୍ଗାନା ସରକାର ମଧ୍ୟ ତାଲାବନ୍ଦ ଅବଧିକୁ ବଢ଼ାଇ ସାରିଛନ୍ତି । ସେଠାରେ ମଧ୍ୟ ମେ’ ୩୧ ଯାଏଁ ତାଲାବନ୍ଦ କଟକଣା ଲାଗୁ ହୋଇଛି। ସେହିପରି ଗତକାଲି ପଂଜାବ ସରକାର ରାଜ୍ୟରେ ପୁଣି ମେ’ ୩୧ ଯାଏଁ ଲକଡାଉନ୍ ଘୋଷଣା କରିଛନ୍ତି ।

Comments are closed.