Latest Odisha News

BREAKING NEWS

ଯାତ୍ରୀଙ୍କ ବ୍ୟାଗରୁ ବାହାରିଲା ପୁଳାପୁଳା ଟଙ୍କା ଓ ସୁନା

ତିରୁଚିରାପଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ବ୍ୟାଗ ଯାଞ୍ଚ ବେଳେ ବାହାରିଲା ଟଙ୍କା ସାଙ୍ଗକୁ ପୁଳା ପୁଳା ସୁନା। ଏପରି ଘଟଣା ତାମିଲନାଡ଼ୁର ତିରୁଚିରାପଲ୍ଲୀରେ ଘଟିଛି।

ଯାତ୍ରୀଙ୍କ ବ୍ୟାଗରୁ ୧.୮୯ କୋଟିର ଗହଣା ଜବତ କରିବା ସହ ୧୫ଲକ୍ଷ ଟଙ୍କାର କ୍ୟାସ୍‌ ଜବତ କରିଛି। ଏହି ମାମଲାରେ ଚେନ୍ନାଇରୁ ତିରୁଚିରାପଲ୍ଲୀ ଯାଉଥିବା ଜଣେ ବ୍ଯକ୍ତିକୁ ଗିରଫ କରିଛି ପୋଲିସ।

ଜବତ ସୁନାର ଓଜନ ୨୭୯୬ ଗ୍ରାମ ହୋଇଥିବା ବେଳେ ଉଭୟ ସୁନା ଓ ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି। ତେବେ ଅପରେସନ ‘ସତର୍କ’ ଅଧିନରେ ଟ୍ରେନ ରେ କରାଯାଉଛି ଚେକିଂ। ଆଉ ଏହି ଅପରେସନ ବେଳେ ଧରାପଡିଥିଲା ଆର୍ ଲକ୍ଷ୍ମଣନ୍।

Comments are closed.