Latest Odisha News

BREAKING NEWS

ଆସନ୍ତା ୧୦ରୁ ଦୁଇ ସପ୍ତାହ ସମ୍ପୂର୍ଣ୍ଣ ଲକଡାଉନ୍ ରହିବ ଏହି ରାଜ୍ୟ

ଚେନ୍ନାଇ: କରୋନା କାୟାରେ ବ୍ରେକ ଲଗାଇବାକୁ ଗୋଟିଏ ପରେ ଗୋଟିଏ ରାଜ୍ୟ ଲକଡାଉନ୍ ଘୋଷଣା କରୁଛନ୍ତି । ଏବେ ତାମିଲନାଡୁ ସରକାର ରାଜ୍ୟରେ ଦୁଇ ସପ୍ତାହ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା ୧୦ ତାରିଖରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ତାମିଲନାଡୁ । କେବଳ ଅତ୍ୟାବଶ୍ୟକ ଓ ଜରୁରିକାଳୀନ ସେବାକୁ ବାଦ ଦିଆଯିବ ।

ଦିନକୁ ଦିନ ତାମିଲନାଡୁରେ କରୋନା ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ବଢୁଛି । ଗତ ୨୪ ଘଣ୍ଟାରେ ତାମିଲନାଡୁରୁ ରେକର୍ଡ ୨୬ହଜାର ୪୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦୈନିକ ଶହେରୁ ଅଧିକ ଜୀବନ ନେଉଛି କରୋନା । ସେହିପରି ଏବେ ରାଜ୍ୟରେ ଲକ୍ଷେରୁ ଅଧିକ ଆକ୍ଟିଭ୍ କେସ୍ ରହିଛି । ମହାମାରୀ ମୁକାବିଲା ପାଇଁ ଲକଡାଉନ୍ ଭଳି କଡ଼ା ପଦକ୍ଷେପ ନେଇଛନ୍ତି ତାମିଲନାଡୁ ସରକାର ।

Leave A Reply

Your email address will not be published.