Latest Odisha News

BREAKING NEWS

ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ତାମିମ

ଢ଼ାକା: ବାଂଲାଦେଶର ଅଭିଜ୍ଞ ବ୍ୟାଟ୍ସମ୍ୟାନ ତାମିମ ଇକବାଲ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବିଶ୍ୱକପର ୩ ମାସ ପୂର୍ବରୁ ସେ ହଠାତ ଅବସର ନେବା ସମସ୍ତଙ୍କୁ ଚକିତ କରିଛି । ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ସିରିଜରେ ବାଂଲାଦେଶ ପରାଜିତ ହେବା ଯୋଗୁ ତାମିମ ଏହି ନିଷ୍ପତି ନେଇଥିବା ଜଣାପଡିଛି । ତାମିମ ୧୬ ବର୍ଷ ଆନ୍ତର୍ଜାତୀୟ କ୍ୟାରିୟରରେ ବାଂଲାଦେଶ ପକ୍ଷରୁ ସର୍ବାଧିକ ରନ ସଂଗ୍ରହ କରିଛନ୍ତି । ୨୦୦୭ରେ ସେ ତାଙ୍କ ଆନ୍ତର୍ଜାତୀୟ ଦିନିକିଆ କ୍ୟାରିୟର ଆରମ୍ଭ କରିଥିଲେ ।

ୱେଷ୍ଟଇଣ୍ଡିଜରେ ଆୟୋଜିତ ବିଶ୍ୱକପରେ ତାଙ୍କ ପ୍ରଦର୍ଶନ ବଳରେ ବାଂଲାଦେଶ ନିକଟରୁ ଭାରତ ପରାଜିତ ହୋଇଥିଲା । ସେ ୭୦ ଟେଷ୍ଟରେ ୧୦ ଶତକ ସହ ୫୧୩୪ ରନ ସଂଗ୍ରହ କରିଛନ୍ତି । ଦିନିକିଆରେ ସେ ୮୩୧୩ ରନ କରିଥିଲେ । ଅଧିନାୟକ ଭାବେ ସେ ୩୭ ମ୍ୟାଚରୁ ୨୧ରେ ଦଳକୁ ବିଜୟୀ କରାଇଛନ୍ତି । ଅବସର ଘୋଷଣା ବେଳେ ତାମିମ କାନ୍ଦି ପକାଇଥିଲେ । ଗତ ବର୍ଷ ସେ ଟି୨୦ କ୍ରିକେଟକୁ ଅଲବିଦା କହିଥିଲେ ।

Comments are closed.