Latest Odisha News

BREAKING NEWS

ଖେଳୁଥିବା ଅବସ୍ଥାରେ ପଡିଆରେ ଛଟପଟ ହେଲେ ତାମିମ

ଢ଼ାକା: ବାଂଲାଦେଶର ପୂର୍ବତନ ଅଧିନାୟକ ତାମିମ ଇକବାଲ ଢ଼ାକା ପ୍ରିମିୟର ଡିଭିଜନ କ୍ରିକେଟ ଲିଗର ଏକ ମ୍ୟାଚ ଅବସରରେ ଗୁରୁତର ଭାବେ ଅସୁସ୍ଥ ହୋଇ ପଡିଥିଲେ । ଶିନେପୁକୁର କ୍ରିକେଟ କ୍ଲବ ପକ୍ଷରୁ ଖେଳୁଥିବା ତାମିମ ମୋହମ୍ମଡାନ ସ୍ପୋର୍ଟିଂ ବିପକ୍ଷରେ ବ୍ୟାଟିଂ କରିବାକୁ ଆସିଥିଲେ । କିଛି ସମୟ ପରେ ସେ ଛାତିରେ ଯନ୍ତ୍ରଣା ଅନୁଭୂବ କରିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଆବଶ୍ୟକ ଚିକିିତ୍ସା ପରେ ତାମିମଙ୍କୁ ହାର୍ଟ ଆଟାକ ଆସିଥିବା ଜଣାପଡିଛି । ଏବେ ସେ ବିପଦମୁକ୍ତ ଅଛନ୍ତି । ତେବେ ଆଗକୁ ତାଙ୍କର ଚିକିତ୍ସା ଜାରୀ ରହିବ ବୋଲି ଡାକ୍ତର କହିଛନ୍ତି ।

ତାମିମ ଅସୁସ୍ଥ ହୋଇ ପଡିବା ଯୋଗୁ ସୋମବାର ହେବାକୁ ଥିବା ବିସିବି ବୈଠକକୁ ସ୍ଥଗିତ କରି ଦିଆଯାଇଛି । ବାଂଲାଦେଶ କ୍ରିକେଟପ୍ରେମୀ ତାଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ସେ ବିଭିନ୍ନ କ୍ରିକେଟ ଲିଗରେ ଖେଳିବା ଜାରୀ ରଖିଛନ୍ତି । ତାମିମଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଫର୍ଚ୍ୟୁନ ୱାରିସଲ ବିପିଏଲ ଟାଇଟଲ ହାସଲ କରିଥିଲା । ସେ ୧୪ ମ୍ୟାଚରେ ୪୧୩ ରନ କରିଥିଲେ । ଏଥିରେ ୪ ଅର୍ଦ୍ଧଶତକ ସାମିଲ । ଫାଇନାଲରେ ସେ ୨୯ ବଲରେ ୫୪ ରନର ଇନିଂସ ଖେଳିଥିଲେ ।

Comments are closed.