ମୁମ୍ବାଇ: ମୁମ୍ବାଇରେ ମହିଳା ମାନଙ୍କ ସହ ଛଟ୍ ପୂଜା ବେଳେ ନଜର ଆସିଲେ ଅଭିନେତ୍ରୀ ତମନ୍ନା ଭାଟିଆ । ଏନେଇ ଏକ ଭିଡିଓ ପୋଷ୍ଟ କରି ଦେବୀଙ୍କ ଆଶୀର୍ବାଦ ଓ ଦର୍ଶକଙ୍କ ଭଲପାଇବା ସବୁବେଳେ ଥାଉ ବୋଲି ଲେଖି ପୋଷ୍ଟ କରିଛନ୍ତି । ଭିଡିଓରେ ତମନ୍ନା ମହିଳା ଭକ୍ତଙ୍କ ସହ କଥା ହେବା ସହ ଛୋଟ ପିଲାଙ୍କୁ ସ୍ନେହ ଆଦରର ସହ କଥାହେବାର ନଜର ଆସିଛନ୍ତି । ରବିବାର ମୁମ୍ବାଇ ଜୁହୁ ବିଚ୍ ସ୍ଥିତ ଛଟ୍ ପୂଜା ଉତ୍ସବରେ ଯୋଗଦେଇଥିଲେ ତମନ୍ନା । ଏକ ହଳଦିଆ ରଙ୍ଗର ସିମ୍ପୁଲ ସଲୱାର ସୁଟ୍ ପିନ୍ଧି ଗର୍ଜିଅସ ନଜର ଆସିଥିଲେ ତମନ୍ନା । ହାତ ଉଠାଇ ଛଠି ମୈୟାଁ କି ଜୟ କହିବା ସହ ସମସ୍ତଙ୍କୁ ପ୍ରଣାମ କରି ଅଭିବାଦନ ଗ୍ରହଣ କରିଥିଲେ । ପୂଜା ପାଇଁ ଘାଟ ନିକଟରେ ଭକ୍ତଙ୍କ ସମାଗମ ସହ ତମନ୍ନାଙ୍କ ଟିକେ ଝଲକ ପାଇବାକୁ ଅନେକ ଫ୍ୟାନ ସେଠାରେ ଭିଡ ଲଗାଇଥିଲେ ।
ନିକଟରେ ତମନ୍ନା ଓ ସିଦ୍ଧାର୍ଥ ମଲହୋତ୍ରା ଷ୍ଟାରର ଫିଲ୍ମ ‘ଭିଭାନ-ଫୋର୍ସ ଅଫ ଦ ଫରେଷ୍ଟ’ ଫିଲ୍ମ ରିଲିଜ୍ ହୋଇଥିଲା । ଯେଉଁଥିରେ ଏକ ସୁନ୍ଦର ଛଟ୍ ପୂଜାର ଦୃଶ୍ୟ ରହିଥିଲା । ଯାହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଅନେକ ଦର୍ଶକ ବିହାରର ଏହି ପ୍ରସିଦ୍ଧ ପର୍ବ ଫିଲ୍ମରେ ଚିତ୍ରଣକୁ ପ୍ରଶଂସା କରିଥିଲେ । ଚଳଚ୍ଚିତ୍ରର ପ୍ରସାର ସମୟରେ ତମନ୍ନା ଦେବୀଙ୍କ ସହ ନିଜ ଆଧ୍ୟାତ୍ମିକ ସମ୍ପର୍କ ବିଷୟରେ କହିଥିଲେ ଏବଂ ନିଜ ପ୍ରଶଂସକଙ୍କ ସହ ଏହି ପର୍ବର ମହତ୍ୱ ବାଂଟିଥିଲେ । ଫିଲ୍ମର ଗୀତକୁ ମୁମ୍ବାଇ ଛଟ୍ ପୂଜା ଅବସରରେ ପୋଷ୍ଟ ଭିଡିଓରେ ଦେଇଥିବା ଶୁଣିବାକୁ ମିଳିଛି । ଫିଲ୍ମ ସମୟରେ ଏହି ଗୀତର ସୁଟିଂ ବେଳେ ଏହି ପର୍ବର ମହତ୍ୱ ବିଷୟରେ ପଢି ପରମ୍ପରା ବିଷୟରେ ଜାଣିଥିଲେ ତମନ୍ନା । ତେଣୁ ଛଟ୍ ପୂଜା ପ୍ରତି ସର୍ବଦା ତାଙ୍କ ଗଭୀର ଶ୍ରଦ୍ଧା ରହିଥିବା ସେ କହିଛନ୍ତି ।
