ଜାକାର୍ତା: ଭାରତୀୟ ମନ୍ଦିରର ରହସ୍ୟ ସାରା ବିଶ୍ୱକୁ ଚକିତ କରିଥାଏ । ତେବେ ଇଣ୍ଡୋନେସିଆର ସମୂଦ୍ର କୂଳରେ ନିର୍ମିତ ଏକ ମନ୍ଦିରକୁ ବିଷଧର ସର୍ପମାନେ ସୁରକ୍ଷା ଦେଉଛନ୍ତି ଶୁଣିଲେ ନିଶ୍ଚିତ ଭାବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିବ । ସ୍ଥାନୀୟ ଭାଷାରେ ଏହା ତନାହ ଲୋକ ମନ୍ଦିର ଭାବେ ପରିଚିତ । ଏହା ୭ଟି ମନ୍ଦିରର ଏକ ଶ୍ରେଣୀ । ଗୋଟିଏ ମନ୍ଦିର ମଧ୍ୟରେ ପ୍ରବେଶ କଲେ ଅନ୍ୟ ମନ୍ଦିର ସ୍ପଷ୍ଟ ଭାବେ ଦୃଶ୍ୟମାନ ହୁଏ । ୧୯୮୦ରେ ଏହି ମନ୍ଦିରର ପଥର ତଳୁ ଖସିବାରୁ ଏହାକୁ ଅସୁରକ୍ଷିତ ଘୋଷଣା କରାଯାଇଥିଲା । ପରେ ଜାପାନ ସରକାର ସହଯୋଗରେ ଏହାକୁ ତିଆରି କରାଯାଇଥିଲା ।
କିମ୍ବଦନ୍ତୀ ଅନୁସାରେ ୧୫ଶ ଶତାବ୍ଦୀରେ ନିରର୍ଥ ନାମକ ଏକ ପୂଜାରୀ ସ୍ଥାନୀୟ କେଉଟମାନଙ୍କୁ ନେଇ ସମୂଦ୍ର ଦେବତାଙ୍କ ମନ୍ଦିର ନିର୍ମାଣ କରାଇଥିଲେ । ପୂଜାରୀ ଏହାର ସୁରକ୍ଷା ପାଇଁ ବିଷଧର ସର୍ପଙ୍କୁ ଆହ୍ୱାନ କରିଥିଲେ । ସେବେଠାରୁ ଏହାର ପଥର ତଳେ ଏହି ସର୍ପ ଥିବା ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ।
BREAKING NEWS
- ବିସ୍ଫୋରଣରେ କମ୍ପି ଉଠିଲା ତେହେରାନ, ଲେବାନନରେ ୮୩ ଜଣ ଶିଶୁଙ୍କ ମୃତ୍ୟୁ
- ଗୁଣିଗାରେଡି ସନ୍ଦେହରେ ମାଡ଼ ଘଟଣାରେ ୧୦ ଗିରଫ
- ଆଜିଠାରୁ ରାଜ୍ୟରେ ବଢିବ ଦିନ ତାପମାତ୍ରା, ଆଗକୁ ରହିଛି ସୁପର ଏଲ୍ନିନୋ ଭୟ
- ଓଡ଼ିଶାରେ ଆୟୋଜିତ ହେବ ଫିଟ୍ ଇଣ୍ଡିଆ କାର୍ନିଭାଲ-୨୦୨୬
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
- Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍ୱର୍କ…୧୨୩୭ ଗାଁରେ ମୋବାଇଲ୍ ସେବା ଠପ୍
- ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ
Comments are closed.