Latest Odisha News

ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଗାନ୍ଧିନଗର ଶିବ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା । ଶନି ମନ୍ଦିର ଉପରକୁ ମାଡ଼ିଗଲା ଟ୍ୟାଙ୍କର । ଧୂଳିସାତ୍ ହେଲା ସମ୍ପୂର୍ଣ୍ଣ ମନ୍ଦିର । ସେପଟେ ଟ୍ୟାଙ୍କରରେ ଫସି ରହିଥିବା ଡ୍ରାଇଭରକୁ ଉଦ୍ଧାର କରି ବଲାଙ୍ଗିର ମେଡିକାଲରେ ଭର୍ତ୍ତି କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ବଲାଙ୍ଗୀର ସହର ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା। ଭାରସାମ୍ୟ ହରାଇ ଏକ ଟ୍ୟାଙ୍କର ରାସ୍ତାକଡ଼ରେ ଥିବା ଶନିମନ୍ଦିର ପସିଯାଇଥିଲା । ଫଳରେ ମନ୍ଦିରଟି ସମ୍ପୁର୍ଣ୍ଣ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । ଅନ୍ୟପଟେ ଦୁର୍ଘଟଣାରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଥିଲେ ମନ୍ଦିର ପୂଜକ । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ୟାଙ୍କର କବାଟ କାଟି ଡ୍ରାଇଭରଙ୍କୁ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି ।

Leave A Reply

Your email address will not be published.