ଭୁବନେଶ୍ୱର: ଓଡିଶାର ଷ୍ଟାର ଜିମ୍ନାଷ୍ଟ ତପନ ମହାନ୍ତି ଏଫଆଇଜି ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି । ସେ ବାକୁରେ ଅନୁଷ୍ଠିତ ଏହି ବିଶ୍ୱକପର ଫ୍ଲୋର ଏକ୍ସରସାଇଜ ଫାଇନାଲରେ ପ୍ରବେଶ କରିଛନ୍ତି । ୨୨ ବର୍ଷୀୟ ଏହି ଯୁବ ଜିମ୍ନାଷ୍ଟ ୧୨.୬୦୦ ସ୍କୋର କରି କ୍ୱାଲିଫାଇ କରିଛନ୍ତି । ତାଙ୍କଠାରୁ ପଦକ ଆଶାରେ ଭାରତୀୟ ଜିମ୍ନାଷ୍ଟାପ୍ରେମୀ ରହିଛନ୍ତି । ଏହା ପୂର୍ବରୁ ତପନ ୨୦୨୩ ଏସିଆନ ଗେମ୍ସ ଓ ୨୦୨୪ ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସ ବିଶ୍ୱକପରେ ମଧ୍ୟ ଅଂଶଗ୍ରହଣ କରି ସାରିଛନ୍ତି ।
୮ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ ପଦକ ପାଇଁ ମୁକାବିଲା ହେବ । କାଜକସ୍ତାନର ମିଲାଦ କରୀମ ୧୩.୮୩୩ ସ୍କୋର ସହ କ୍ୱାଲିଫାଇଂ ରାଉଣ୍ଡରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି । ଭାରତର ଜତୀନ କୁମାର କାନୋଜିୟା ଫାଇନାଲକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ସେ ୧୧.୩୩୩ ପଂଏଟ ହାସଲ କରି ୧୨ତମ ସ୍ଥାନ ହାସଲ କରିଥିଲେ ।
Comments are closed.