Latest Odisha News

BREAKING NEWS

ଚଳିତ ମାସରେ ବନ୍ଦ ହେବ ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ଟାଟା କୋଭିଡ୍ ହସ୍ପିଟାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ଶୀତଳାପଲ୍ଲୀରେ ଥିବା ଟାଟା କୋଭିଡ୍ ହସ୍ପିଟାଲକୁ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଚଳିତ ମାସ ଶେଷ ସୁଦ୍ଧା ଏହା ବନ୍ଦ ହେବ । ଏନେଇ ଭୁବନେଶ୍ୱର ହାଇଟେକ୍ ମେଡିକାଲ କଲେଜ ଓ ହସ୍ପିଟାଲ ସିଇଓଙ୍କୁ ଚିଠି ଲେଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ବେଡ୍ ଖାଲି ରହିଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୩୦ ତାରିଖରୁ ଟାଟା କୋଭିଡ୍ ହସ୍ପିଟାଲକୁ ବନ୍ଦ ରଖିବା ନେଇ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଟାଟା କୋଭିଡ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ନୂଆ ରୋଗୀଙ୍କୁ ଭର୍ତ୍ତି ନକରିବା ପାଇଁ କୁହାଯାଇଛି ।

ଗଞ୍ଜାମ ଜିଲ୍ଲାରେ କରୋନା କାୟାକୁ ଦୃଷ୍ଟିରେ ରଖି ସରକାର ବ୍ରହ୍ମପୁର ଶୀତଳାପଲ୍ଲୀରେ ଦୁଇ ଶହ ବେଡେ ବିଶିଷ୍ଟ ଟାଟା କୋଭିଡ୍ ହସ୍ପିଟାଲ କାର୍ୟ୍ୟକ୍ଷମ କରିଥିଲେ । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାରେ ଆଉ ୮୦ ଜଣ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ ନୂଆ ଆକ୍ରାନ୍ତ ।

Leave A Reply

Your email address will not be published.