ନୂଆଦିଲ୍ଲୀ: ଭାରତୀୟ ବଜାରରେ ସବୁଠାରୁ ଅଧିକ କାର ବିକ୍ରୟକାରୀ କମ୍ପାନୀ ମଧ୍ୟରେ ଆଗୁଆ ଥିବା ଟାଟା ମୋଟର୍ସ ତା’ର ଗ୍ରାହକମାନଙ୍କୁ ଦେଇଛି ବଡ଼ ଝଟକା । ୧ ଏପ୍ରିଲ୍ ୨୦୨୫ ରୁ କମ୍ପାନୀର ସମସ୍ତ କମର୍ସିଆଲ ବା ବାଣିଜ୍ୟିକ ଯାନର ମୂଲ୍ୟ ୨ ଶତକଡା ପର୍ଯ୍ୟନ୍ତ ବଢିପାରେ। ବର୍ଦ୍ଧିତ ଶୁଳ୍କ ଏବଂ କଞ୍ଚାମାଲକୁ ଆଖିରେ ରଖି କମ୍ପାନୀ ଏହି ଘୋଷଣା କରିଥିବା ଜାଣିବାକୁ ମିଳିଛି। ତେବେ ଏହି ଦର ବୃଦ୍ଧି ବିଭିନ୍ନ ମଡେଲ ଏବଂ ପ୍ରକାର ଉପରେ ନିର୍ଭର କରେ।
ମୂଲ୍ୟ ବୃଦ୍ଧିର କାରଣ କ’ଣ ?
ଟାଟା ମୋଟର୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଅଟୋମୋବାଇଲ କ୍ଷେତ୍ରରେ ଉତ୍ପାଦନ ଖର୍ଚ୍ଚ ବୃଦ୍ଧି, ମହଙ୍ଗା କଞ୍ଚାମାଲ ଏବଂ ଲଜିଷ୍ଟିକ୍ସ ଖର୍ଚ୍ଚ କରଣରୁ କମ୍ପାନୀ ମୂଲ୍ୟ ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛି। ତେବେ ଏହି ସବୁ ଖର୍ଚ୍ଚକୁ ଗ୍ରାହକମାନଙ୍କୁ ସୁହାଇବା ପରି କରିବା କମ୍ପାନୀ ଚେଷ୍ଟା କରୁଥିବା ମଧ୍ୟ ଜାଣିବାକୁ ମିଳିଛି।
ମାରୁତି ମଧ୍ୟ କରିବ ମୂଲ୍ୟ ବୃଦ୍ଧି
ଟାଟା ମୋଟର୍ସ ପୂର୍ବରୁ ମାରୁତି ସୁଜୁକି ମଧ୍ୟ ଗାଡ଼ିର ମୂଲ୍ୟ ବୃଦ୍ଧି କରିବା ନେଇ ଘୋଷଣା କରିସାରିଛି। କମ୍ପାନୀ ଏହାର ଯାନର ମୂଲ୍ୟ ୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ଏହାର କାରଣ ବର୍ଦ୍ଧିତ ଶୁଳ୍କ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ବୋଲି କମ୍ପାନୀ ଉଲ୍ଲେଖ କରିଛି।
ଅଟୋ ସେକ୍ଟର ଉପରେ କ’ଣ ରହିବ ପ୍ରଭାବ ?
ମୂଲ୍ୟ ବୃଦ୍ଧିର ସିଧାସଳଖ ପ୍ରଭାବ ପରିବହନ ଏବଂ ଲଜିଷ୍ଟିକ୍ସ କ୍ଷେତ୍ର ଉପରେ ପଡ଼ିବ। କାରଣ ବାଣିଜ୍ୟିକ ଯାନଗୁଡ଼ିକ ମହଙ୍ଗା ହେବା ସହିତ, ପରିବହନ ଖର୍ଚ୍ଚ ମଧ୍ୟ ବଢିପାରେ। ମାରୁତି ଏବଂ ଟାଟାର ମୂଲ୍ୟ ବୃଦ୍ଧି ଦେଖିବା ପରେ ଗ୍ରାହକମାନେ ସେମାନଙ୍କର ଗଡି କିଣିବାର ନିଷ୍ପତ୍ତି ମଧ୍ୟ ପରିବର୍ତ୍ତନ କରିପାରନ୍ତି। ତେବେ ଏହା ଅନ୍ୟ ଉତ୍ପାଦଗୁଡ଼ିକର ମୂଲ୍ୟକୁ ମଧ୍ୟ ପ୍ରଭାବିତ କରିପାରେ।
Comments are closed.