Latest Odisha News

BREAKING NEWS

ଟାଟା ଷ୍ଟିଲ୍ ବିଏସ୍ଏଲ୍ ପକ୍ଷରୁ କେନ୍ଦୁଝର ଗୁଆଲିରେ ଆରମ୍ଭ ହେଲା ମୋବାଇଲ୍ ସ୍ୱାସ୍ଥ୍ୟ ସେବା

ଯୋଡ଼ା: ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ କେନ୍ଦୁଝର ଯୋଡ଼ା ବ୍ଲକ୍ ଗୁଆଲି ପଞ୍ଚାୟତର ଗନ୍ଧଲପଡ଼ା ଗାଁରେ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପାଇଁ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ର ଶୁଭାରମ୍ଭ କରାଯାଇଛି । ଗୁଆଲି ପଞ୍ଚାୟତ ସରପଞ୍ଚ ପଦ୍ମାବତୀ ନାୟକ, ପଞ୍ଚାୟତ ସମିତି ମେମ୍ବର୍ ବିମଳା ନାୟକ ଆନୁଷ୍ଠାନିକ ଭାବେ ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ର ଶୁଭାରମ୍ଭ କରିଥିଲେ । କାର‌୍ୟ୍ୟକ୍ରମରେ ଗାଁ ମୁଖ୍ୟ ଝରିଆ ମୁଣ୍ଡା, ଟାଟା ଷ୍ଟିଲ ବିଏସଏଲର ସିଏସଆର୍ ବିଭାଗ ପକ୍ଷରୁ ୟୁନିଟ୍ ମୁଖ୍ୟ ସଞ୍ଜୟ ସର୍ଦ୍ଦାର, ଫିଲ୍ଡ ସଂଯୋଜକ ଦୀପକ୍ କୁମାର ମହନ୍ତଙ୍କ ସମେତ ବହୁ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ଥିଲେ ।

ଏହି ମୋବାଇଲ୍ ୟୁନିଟ୍ ସମ୍ପୃକ୍ତ ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୨୦୦୦ ରୁ ଅଧିକ ଗ୍ରାମବାସୀଙ୍କ ପାଇଁ ସହାୟକ ହୋଇପାରିବ । ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ରେ ଡାକ୍ତରଙ୍କ ସହ ଜଣେ ଫାର୍ମାସିଷ୍ଟ୍ ଏବଂ ଜଣେ ନର୍ସ ରହିବେ । ଏମାନେ ନିୟମିତ ଗ୍ରାମବାସୀଙ୍କ ନିକଟରେ ପହଞ୍ଚି ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇଦେବେ । ଏଥି ସହିତ ଏହି ମୋବାଇଲ୍ ସ୍ୱାସ୍ଥ୍ୟ ସେବା ୟୁନିଟ୍ ବିଭିନ୍ନ ସାଧାରଣ ରୋଗର ପ୍ରତିଷେଧକ
ବ୍ୟବସ୍ଥା ବିଷୟରେ ସଚେତନତା ସୃଷ୍ଟି କରିବ ।

ସେପରି ପୂର୍ବରୁ ଜାନୁଆରୀ ମାସରେ ଗଣ୍ଡଲପଡ଼ା ନିକଟସ୍ଥ କାହ୍ନୁ ସାହି, କଳମାଙ୍ଗ ଗାଁରେ ଏହି ସେବା ଆରମ୍ଭ ହୋଇଥିଲା ।

Leave A Reply

Your email address will not be published.