Latest Odisha News

BREAKING NEWS

ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ସୁକିନ୍ଦାର ଦୁଇଟି କଲେଜକୁ ଲାଇବ୍ରେରୀ ବିଲ୍ଡିଂ ଉତ୍ସର୍ଗ

ସୁକିନ୍ଦା/ଡୁବୁରୀ: ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଯାଜପୁର ଜିଲ୍ଲା ଡୁବୁରୀରେ ଏକ ସର୍ବସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଲୟରେ ଦୁଇଟି ଲାଇବ୍ରେରୀ ବ୍ଲକକୁ ଉତ୍ସର୍ଗ କରିଛି ।

ଏହି କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଈଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ବ୍ଲକର ଅଧ୍ୟକ୍ଷ ଦିବ୍ୟ ରଞ୍ଜନ ବରାଳ, ସୁକିନ୍ଦା ବ୍ଲକର ଉପାଧ୍ୟକ୍ଷ ଭାଗ୍ୟଲକ୍ଷ୍ମୀ ରାଉତ, ଜୋନ-୯ର ଜିଲ୍ଲା ପରିଷଦ ପ୍ରତାପ ପଟ୍ଟନାୟକ, ସୁକିନ୍ଦାଗଡର ସରପଞ୍ଚ ସ୍ୱାଧୀନ ଦାସ, ଜୋନ-୩୭ର ଜିଲ୍ଲା ପରିଷଦ ସାଧୁ ଚରଣ ତିୟୁ, ସଂସାଇଲୋ ସରପଞ୍ଚ ମନମୋହନ ବାନରା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ହେଡ୍ ଆଲେନ୍ ଜୋସେଫ୍ ଓ କମ୍‌ଯୁନିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ ।

ଟିଏସଏଫ୍ ଦ୍ୱାରା ନିର୍ମିତ ସର୍ବସାଧାରଣ ଶୌଚାଳୟରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ବିଭାଗ ଏବଂ ଭିନ୍ନକ୍ଷମ ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ଶୌଚାଳୟ ରହିଛି । ସର୍ବସାଧାରଣ ଶୌଚାଳୟ ଆଗରେ ୱାଟର ଅଟୋମେଟେଡ୍ ଟେଲର୍ ମେସିନ୍ (ଏଟିଏମ୍‌) ଲଗାଯାଇଛି, ଯାହା ଯାତ୍ରୀମାନଙ୍କୁ ଉଭୟ ସାଧାରଣ ଏବଂ ଥଣ୍ଡା ପାଣି ବିତରଣ କରିବ । ଏହା ବ୍ୟତୀତ ମହିଳା ଶୌଚାଳୟରେ ଏକ ସାନିଟାରୀ ପ୍ୟାଡ୍ ବିତରଣ ୟୁନିଟ୍ ମଧ୍ୟ ରହିଛି । ଏହି ସାର୍ବଜନୀନ ଶୌଚାଳୟ ‘ଡୁବୁରୀ ଚାମ୍ବର ଅଫ୍ କମର୍ସ’ ଦ୍ୱାରା ପରିଚାଳିତ ହେବ ।

ଦୁଇଟି ଲାଇବ୍ରେରୀ ବ୍ଲକ, ଗୋଟିଏ ସୁକିନ୍ଦା କଲେଜ ଏବଂ ଅନ୍ୟଟି ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟରେ ଉଦ୍‌ଘାଟନ କରାଯାଇଥିଲା । ଟିଏସଏଫ୍ ଦ୍ୱାରା ନିର୍ମିତ ଏହି ସଂପୂର୍ଣ୍ଣ ଲାଇବ୍ରେରୀଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ସ୍ତରରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।

ସୁକିନ୍ଦା କଲେଜରେ ନିର୍ମିତ ଲାଇବ୍ରେରୀ ବ୍ଲକ ୧୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କଳା, ବିଜ୍ଞାନ ଏବଂ ବାଣିଜ୍ୟ ପାଠ୍ୟକ୍ରମ ପାଇଁ ସାହାଯ୍ୟ କରିବ । ସୂଚନାଯୋଗ୍ୟ ଯେ ସୁକିନ୍ଦା ଏବଂ ଦାନଗଦି ବ୍ଲକର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢିବା ପାଇଁ ଏହି ଅନୁଷ୍ଠାନ ବହୁତ ସହାୟକ ଯୋଗାଇଥାଏ ।

ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟରେ ନିର୍ମିତ ଲାଇବ୍ରେରୀ ବ୍ଲକ ଦ୍ୱାରା ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ଏବଂ ଯୁକ୍ତ ତିନି ଆର୍ଟ୍ସ ଷ୍ଟ୍ରିମ ବିଭାଗରେ ଲାଭବାନ ହେବେ । କଳିଙ୍ଗନଗର ଏବଂ ଏହାର ଆଖପାଖରେ ରହୁଥିବା ଲୋକଙ୍କ ସାମଗ୍ରିକ ବିକାଶ ଓ ଭିତିଭୂମି ବିକାଶରେ ଟାଟାଷ୍ଟିଲ ଫାଉଣ୍ଡେସନ ସକ୍ରିୟ ଭାବେ ଜଡିତ ହୋଇ ରହିଛି ।

Leave A Reply

Your email address will not be published.