Latest Odisha News

BREAKING NEWS

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ‘ଅରୁଣିମା-୨୦୨୬’ କାର୍ଯ୍ୟକ୍ରମ

୬୩୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଜ୍ୟୋତି ଫେଲୋସିପ୍

ବ୍ରହ୍ମପୁର: ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍‌‌ଏଫ୍‌‌) ପକ୍ଷରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ‘ଅରୁଣିମା-୨୦୨୬’ କନକ୍ଲେଭର ୮ମ ସଂସ୍କରଣରେ ଆର୍ଥିକ ଅନଗ୍ରସର ଅନୁସୂଚିତ ଜାତିର ୬୩୩ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ‘ଜ୍ୟୋତି ଫେଲୋସିପ୍‌‌’ ପ୍ରଦାନ କରାଯାଇଛି।

ଫାଉଣ୍ଡେସନର ଗୋପାଳପୁର ୟୁନିଟ୍ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ କାର୍ଯ୍ୟ ବିଭିନ୍ନ ବର୍ଗର ଛାତ୍ରଛାତ୍ରୀ, ମହିଳା, କୃଷକ, କ୍ଷେତ୍ର ବିଶେଷଜ୍ଞ ଏବଂ ଜନପ୍ରତିନିଧିମାନେ ଏକତ୍ରିତ ହୋଇଥିଲେ।

କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ଏନ୍‌‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପଦ୍ମଶ୍ରୀ ପଟାୟତ ସାହୁ, ଡଃ ସାବରମତୀ ଏବଂ ସୀମାଞ୍ଚଳ ପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଏଠାରେ ଶିକ୍ଷା, ଯୁବ ନେତୃତ୍ୱ, ମହିଳା ସଶକ୍ତିକରଣ ଏବଂ ସ୍ଥାୟୀ ଜୀବିକା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ସମ୍ମିଳନୀରେ ଗୋପାଳପୁର ଅଞ୍ଚଳର ୫୩୮ ଜଣ ଚାଷୀ ଯୋଗଦେଇ ଜଳବାୟୁ ଅନୁକୂଳ ଚାଷ ଏବଂ ଆଧୁନିକ ଜୀବିକା ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର କାର୍ଯ୍ୟକାରୀ ଗ୍ରାମଗୁଡ଼ିକରୁ ପ୍ରାୟ ୩୪୫ ଜଣ ମହିଳା ନେତ୍ରୀ ଅଂଶଗ୍ରହଣ କରିଥିଲେ।

ଏହ ଅବସରରେ ବାଲ୍ୟ ବିବାହ ରୋକିବା, ଋତୁସ୍ରାବ ସ୍ୱଚ୍ଛତା ଏବଂ କିଶୋରାବସ୍ଥା ସମ୍ପର୍କରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୫ ଜଣ ଯୁବକଙ୍କୁ ସମ୍ମାନିତ କରାଯାଇଥିଲା। ଏଥିସହ କୃଷି କ୍ଷେତ୍ରରେ ଉନ୍ନତି କରି ନିଜର ଆୟ ବୃଦ୍ଧି କରିଥିବା ୩୦ ଜଣ ପ୍ରଗତିଶୀଳ ଚାଷୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ଏଠାରେ ଜୈବିକ ଚାଷ ଏବଂ ସ୍ଥାୟୀ କୃଷି ପ୍ରଣାଳୀ ଉପରେ ଆଧାରିତ ‘ସୂଚନା ଶିକ୍ଷା ଏବଂ ଯୋଗାଯୋଗ’ (ଆଇଇସି) ମ୍ୟାଟେରିଆଲ ଉନ୍ମୋଚନ କରାଯାଇଥିଲା। ଏହା ମୃତ୍ତିକା ସୁରକ୍ଷା ସହ ରାସାୟନିକ ସାର ଉପରେ ନିର୍ଭରଶୀଳତା କମାଇବା ଏବଂ ଚାଷୀଙ୍କ ଲାଭ ବୃଦ୍ଧି କରିବାରେ ସହାୟକ ହେବ। ବୈଷୟିକ ଅଧିବେଶନଗୁଡ଼ିକରେ ପ୍ରାକୃତିକ ଚାଷ, ହର୍ବାଲ୍ ପ୍ଲାଟେସନ, ପ୍ରୋବାୟୋଟିକ୍ ଫସଲ ଅଭ୍ୟାସ, ପ୍ରାକୃତିକ ସମ୍ପଦ ପରିଚାଳନା ଏବଂ ମତ୍ସ୍ୟ ଚାଷ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।”

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇଆଇଟି ଭୁବନେଶ୍ୱରର ବୈଜ୍ଞାନିକ ଡଃ ବିଶ୍ୱରଞ୍ଜନ ପ୍ରଧାନ, ଭୁବନେଶ୍ୱରସ୍ଥିତ ସେଣ୍ଟ୍ରାଲ ହର୍ଟିକଲଚରାଲ ଏକ୍ସପେରିମେଣ୍ଟ ଷ୍ଟେସନର ମୁଖ୍ୟ ବୈଜ୍ଞାନିକ ଡଃ ଗୋବିନ୍ଦ ଚନ୍ଦ୍ର ଆଚାର୍ଯ୍ୟ, ଗଞ୍ଜାମ ଜିଲ୍ଲା ମତ୍ସ୍ୟ ଅଧିକାରୀ ଭରତ ଭୂଷଣ ସାହୁ ଏବଂ କୋରାପୁଟର ‘ମିଲେଟ୍ କୁଇନ୍‌‌’ ରାଇମତୀ ଘିଉରିଆ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଅବସରପ୍ରାପ୍ତ ପ୍ରଫେସର ରତ୍ନା ସାହୁ, ମୁନିକୋ ଫୁଡ୍ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶିକା ସନ୍ଧ୍ୟାରାଣୀ ମୁନି, ଟାଟା ଷ୍ଟିଲ୍ ସ୍ପେଶାଲ୍ ଇକୋନୋମିକ୍ ଜୋନ୍ ଲିମିଟେଡ୍‌‌‌ର କର୍ପୋରେଟ୍ ସର୍ଭିସେସ୍ ମୁଖ୍ୟ ରାକେଶ କୁମାର ପାତ୍ର ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଗୋପାଳପୁରର ୟୁନିଟ୍ ଲିଡ୍ ଡଃ ଜୟନ୍ତ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

 

Leave A Reply

Your email address will not be published.