Latest Odisha News

BREAKING NEWS

ଟାଟା ଷ୍ଟିଲ ମାଇନିଂ ସଷ୍ଟେନେବିଲିଟି ପାଇଁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର

ସୁକିନ୍ଦା: ସଷ୍ଟେନେବିଲିଟି ପାଇଁ ଟାଟା ଷ୍ଟିଲ ମାଇନିଂ ଲିମିଟେଡ଼ (ଟିଏସ୍ଏମ୍ଏଲ୍)କୁ ମର୍ଯ୍ୟାଦାଜନକ ଗୋଲ୍ଡେନ୍ ପିକକ୍ ପୁରସ୍କାର-୨୦୨୧ରେ ସ୧ାନିତ କରାଯାଇଛି । ଦୀର୍ଘସ୍ଥାୟୀତ୍ୱ କ୍ଷେତ୍ରରେ ଏକ ବଡ଼ ସଫଳତା ଓ ପର୍ଯ୍ୟାବରଣ, ସାମାଜିକ ଓ କର୍ପୋରେଟ୍ ଶାସନ ନୀତିକୁ ପ୍ରୋତ୍ସାହିତ କରିବା ସହିତ ଉଚ୍ଚସ୍ତରର ମାନକ କାର୍ଯ୍ୟକାରୀ କରିବା ଦିଗରେ ଚାଲିଥିବା ପ୍ରୟାସ ପାଇଁ କମ୍ପାନୀକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି ।

ମାର୍ଚ୍ଚ ୨୩ ତାରିଖ ଦିନ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡାଇରେକ୍ଟର୍ସ ଦ୍ୱାରା ଆୟୋଜିତ ଏକ ଭର୍ଚୁଆଲ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମରେ
କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା, କମ୍ପାନୀର ଅନ୍ୟ ବରିଷ୍ଠ ଅଧିକାରୀ ଓ ଗଣ୍ୟମାନ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ
ଏହି ପୁରସ୍କାର ଗ୍ରହଣ କରିଥିଲେ।

ଟାଟା ଷ୍ଟିଲ ମାଇନିଂର ପରିଚାଳନା ନିର୍ଦ୍ଦେଶକ ପଙ୍କଜ ସତିଜା କହିଛନ୍ତି ଯେ, “ଏହି ପୁରସ୍କାର ପର୍ଯ୍ୟାବରଣ, ସାମାଜିକ ଓ ଶାସନ ନୀତିର
ଦୀର୍ଘସ୍ଥାୟୀ ପରିଚାଳନା ପାଇଁ ଟାଟା ଷ୍ଟିଲ ମାଇନିଂର ନିରନ୍ତର ପ୍ରତିବଦ୍ଧତାକୁ ସ୍ୱୀକୃତି ପ୍ରଦାନ କରିଛି । ସ୍ମାର୍ଟ ଖନନ, ବୈଷୟିକ
ସଫଳତା, ପରିଚାଳନାଗତ ନୂତନ ପଦକ୍ଷେପ ଏବଂ ସହଭାଗିତା ଉପରେ ଗୁରୁତ୍ୱାରୋପ ମଧ୍ୟ ଏହା ମଧ୍ୟରେ ଅନ୍ତର୍ଭୁକ୍ତ ।

ଖନନ ଓ ଫେରୋକ୍ରୋମ୍ ଉତ୍ପାଦନ ପ୍ରକ୍ରିୟାରେ ଏକ ଦୃଷ୍ଟାନ୍ତମୂଳକ ପରିବର୍ତନ ଆଣିବା ହେଉଛି ଆମର ଲକ୍ଷ୍ୟ । ଏହି ଦିଗରେ ଆମେ
ଜନସାଧାରଣ, ପୃଥିବୀ ଏବଂ ସମାଜ ଓ ବ୍ୟବସାୟିକ ଲାଭ ମଧ୍ୟରେ ସମନ୍ୱୟକୁ ସୁଦୃଢ କରିବା ପାଇଁ ପ୍ରୟାସ କରିଆସିଛୁ ।

ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପାଲିତ୍ କହିଛନ୍ତି ଯେ, “ଦୀର୍ଘସ୍ଥାୟିତ୍ୱକୁ ସର୍ବଦା ଟାଟା ଷ୍ଟିଲ ମାଇନିଂର ବ୍ୟବସାୟିକ ରଣନୀତି
ଓ ମୂଲ୍ୟବୋଧରେ ପ୍ରମୁଖ ସ୍ଥାନ ଦିଆଯାଇଛି ଏବଂ କମ୍ପାନୀର ଭବିଷ୍ୟତ ଯୋଜନାରେ ଏହା ପ୍ରତିଫଳିତ ହେବ । କାର୍ବନ୍ ମୁକ୍ତ, ପରିବେଶ
ଅନୁକୂଳ ଉତ୍ପାଦର ମହତ୍ୱକୁ ଦୃଷ୍ଟିରେ ରଖି ଟିଏସ୍ଏମଏଲ୍ ଅକ୍ଷୟ ଶକ୍ତି, ଜଳ ସଂରକ୍ଷଣ, ଜୈବ ବିବିଧତା ସଂରକ୍ଷଣ, ସୁରକ୍ଷା ଓ
ବର୍ଜ୍ୟବସ୍ତୁ ପରିଚାଳନା ଉପରେ ବିଶେଷ ଗୁରୁତ୍ୱ ଦେଇଆସିଛି ।

କମ୍ପାନୀ ପକ୍ଷରୁ ୨୦୩୦ ଦୀର୍ଘସ୍ଥାୟୀତ୍ୱ ଲକ୍ଷ୍ୟ ପ୍ରସ୍ତୁତ କରାଯାଇଛି, ଯାହାକୁ ପ୍ଲାନ୍ ଏ ଭାବେ ନାମିତ କରାଯାଇଛି। ଏହା ଅନ୍ତର୍ଗତ ଅକ୍ଷୟ
ଶକ୍ତି, ଅଙ୍ଗାରକ୍ଲାମ ନିର୍ଗମନ ପରିମାଣ ହ୍ରାସ, କଠିନ ବର୍ଜ୍ୟବସ୍ତୁ ଓ ଜଳର ବ୍ୟବହାର ହ୍ରାସ, ପୁନଃବ୍ୟବହାର ଓ ପୁନଃଚକ୍ରଣ, ଜମିର
ପୁନରୁଦ୍ଧାର ସହିତ ଜୈବ ବିବିଧତାର ସଂରକ୍ଷଣ ଇତ୍ୟାଦି ଉପରେ ଗୁରୁତ୍ୱ ଦିଆଯାଉଛି ।

ଦୀର୍ଘସ୍ଥାୟିତ୍ୱକୁ ନିଜ ବ୍ୟବସାୟିକ କାର୍ଯ୍ୟପ୍ରଣାଳୀରେ ସାମିଲ କରିବା ପାଇଁ କମ୍ପାନୀ ପକ୍ଷରୁ ଏହାର ସମସ୍ତ ରଣନୀତି ଏବଂ କାର୍ଯ୍ୟାନ୍ୱୟନ ନିଷ୍ପତିରେ ଏହାକୁ ପ୍ରମୁଖ ସ୍ଥାନ ଦିଆଯାଉଛି । ଜାତିସଂଘର ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ଓ ଅନ୍ତର୍ଜତୀୟ ଖନନ ଓ ଧାତୁ ପରିଷଦ ସିଦ୍ଧାନ୍ତ ଅନ୍ତର୍ଗତ ଏହି ନିଷ୍ପତିଗୁଡ଼ିକ ଗ୍ରହଣ କରାଯାଇଛି।

 

Leave A Reply

Your email address will not be published.