ଭୁବନେଶ୍ବର: କିଛି ଆଇଏଏସ୍ ଅଫିସରଙ୍କ ପାଇଁ ଉଚ୍ଚାରଣରେ ସୁବିଧା ପାଇଁ ଆମ ରାଜ୍ୟର ନାମ Orissaରୁ Odisha (ଓଡ଼ିଶା) ହୋଇଛି। ରବିବାର ଖୋର୍ଦ୍ଧା ଜିଲ୍ଲା ଜଟଣୀ ଠାରେ ପାଣ୍ଡବ ଜେନା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଉତ୍ସବରେ ବିଜେଡିର ପୂର୍ବତନ ସାଂସଦ ତଥାଗତ ଶତପଥୀ ଯୋଗଦେଇ ମେଧାବୀ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଏହା କହିଛନ୍ତି।
ଆମ ରାଜ୍ୟ Orissaର ବନାନ ଓଡ଼ିଶା ଆମେ ପରିବର୍ତ୍ତନ କରିନାହୁଁ। ତେବେ ୨୦୧୩ ମସିହା ପରେ କିଛି ଆଇଏଏସ୍ ଅଧିକାରୀଙ୍କ ପାଇଁ ଇଂରାଜୀରେ ଓଡ଼ିଶା ନାମକୁ ପରିବର୍ତ୍ତନ କରାଯାଇଥିଲା। ବିଜେଡିର ଏହି ପୂର୍ବତନ ନେତା ଆହୁରି ମଧ୍ୟ କହିଛନ୍ତି ଯେ, ଓଡିଶାରେ ଶିକ୍ଷାର ମାନ ବହୁତ କମିଛି।
ଓଡ଼ିଶାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ମାନ ଦ୍ରୁତ ଗତିରେ ହ୍ରାସ ପାଉଛି ଏବଂ ଏହା ପଛରେ ଅନେକ କାରଣ ରହିଛି। ଶିକ୍ଷା ବ୍ୟବସ୍ଥାରେ ଶିକ୍ଷକଙ୍କ ଅଭାବ ଦେଖାଦେଇଛି। ଶିକ୍ଷକମାନଙ୍କ ମଧ୍ୟରେ ଆବଶ୍ୟକ ଯୋଗ୍ୟତା, ଧୈର୍ଯ୍ୟ ଓ ଆଦର୍ଶର ଅଭାବ ରହିଛି। ଶିକ୍ଷା କ୍ଷେତ୍ରରେ ମଧ୍ୟ ସରକାରୀ ପ୍ରୋତ୍ସାହନର ଅଭାବ ରହିଛି ବୋଲି ତଥାଗତ ଶତପଥୀ କହିଛନ୍ତି।
Comments are closed.